ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ସାମ୍ନାକୁ ଆସିଲେ ସୀମା ହାଇଦରଙ୍କ ଭଉଣୀ , ଭିଡ଼ିଓ ପୋଷ୍ଟ କରି କହିଲେ ...

Published By : Prameya | May 10, 2025 5:30 PM

ନୂଆଦିଲ୍ଲୀ : ଭାରତ –ପାକିସ୍ତାନରେ ଯୁଦ୍ଧ ଭଳି ସ୍ଥିତି ମଧ୍ୟରେ ସୀମା ହାଇଦରଙ୍କ ମାମଲା ମଧ୍ୟ ଲଗାତାର ଚର୍ଚ୍ଚାରେ ରହିଛି। ଲୋକ ତାଙ୍କୁ ପାକିସ୍ତାନ ପଠାଇବାକୁ ଦାବି କରୁଛନ୍ତି , କିନ୍ତୁ ସୀମା ପହଲଗାମ ହମଲା ପର ଠାରୁ ନିରବତା ଅବଲମ୍ୱନ କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ମଧ୍ୟ ସେ ଗତ ୨ ସପ୍ତାହରୁ ଏକ ଭିଡ଼ିଓ ପୋଷ୍ଟ କରି ନାହାନ୍ତି। ଏହି ମଧ୍ୟରେ ଏବେ ସୀମା ହାଇଦରଙ୍କ ଭଉଣୀ ରିମା ହାଇଦରଙ୍କ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କାନ୍ଦିକାନ୍ଦି ସୀମାଙ୍କୁ ଘରକୁ ଫେରି ଆସିବାକୁ ଅପିଲ କରୁଛନ୍ତି। ସେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ନେଇ କହିଛନ୍ତି, ସୀମା ହାଇଦର ଓ ତାଙ୍କର ପିଲା ଭାରତରେ ସୁରକ୍ଷିତ ନାହାନ୍ତି। ଏଥିପାଇଁ ତାକୁ ତୁରନ୍ତ ପାକିସ୍ତାନ ଆସିବା ଉଚିତ। ଏହି ଭିଡ଼ିଓ ସୀମା ହାଇଦରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ପୋଷ୍ଟ କରିଛନ୍ତି।

ଏହି ଭିଡ଼ିଓରେ ବୁର୍ଖା ପିନ୍ଧି ଜଣେ ମହିଳା କାନ୍ଦୁ ଥିବାର ନଜର ଆସୁଛି ଏବଂ ସୀମାଙ୍କୁ ଫେରି ଆସିବାକୁ କହୁଛନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, ଏହି ମହିଳା ସୀମା ହାଇଦରଙ୍କ ଭଉଣୀ ରିମା। ମହିଳା ଭିଡ଼ିଓରେ କହୁଛନ୍ତି, ସୀମା ତୁମେ କେବେ ତ ନିଜ ପରିବାର ଲୋକଙ୍କୁ ଭଲ ପାଇ ଥିବ। ସେଠାରେ ସ୍ଥିତି ସୁରକ୍ଷିତ ନାହିଁ। ଯେବେ ଭାରତୀୟ ମାନେ ତୁମକୁ ପଠାଇବାକୁ ଚାହୁଁଛନ୍ତି ତ ତୁମେ କାହିଁକି ଆସିବାକୁ ଚାହୁଁନ।ତୁମର ପିଲା ସୁରକ୍ଷିତ ନୁହେଁ। ତୁମେ ଫେରି ଆସ। ତୁମକୁ କେହି ମାରିବେ ନାହିଁ। ତୁମେ ଗୁଲାମ ହାଇଦର ଭାଇଙ୍କ ପତ୍ନୀ। ସେ ତୁମକୁ କ୍ଷମା କରି ଦେବେ। ତୁମର କେହି କିଛି କରିବେ ନାହିଁ। ନିଜ ପିଲାଙ୍କ କଥା ଭାବ। ଏହାପରେ ମହିଳା ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଅପିଲ କରୁଛନ୍ତି।

ସେ କହୁଛନ୍ତି , ମୁଁ ମୋଦି ଜୀଙ୍କୁ , ଯୋଗୀ ଜୀଙ୍କୁ କହିବାକୁ ଚାହୁଁଛି କି , ଆମକୁ ସାହାଯ୍ୟ କରନ୍ତୁ। ଯେବେ ସେଠାରେ ଭିସା ଥିବା ଲୋକଙ୍କ ଭିସା ଖାରଜ କରି ତାଙ୍କୁ ପଠାଇ ପାରୁଛନ୍ତି ତ ସୀମାକୁ କାହିଁକି ପଠାଇ ପାରୁନାହଁ। ତାଙ୍କର ତ ସଂପର୍କୀୟ ମଧ୍ୟ ସେଠାରେ ନାହାନ୍ତି। ସେ ଚାରି ଜଣ ପିଲାଙ୍କୁ ବେଆଇନ ଭାବେ ନେଇ ଯାଇଛନ୍ତି। ତାଙ୍କର କୌଣସି ତଲାକ୍‌ ହୋଇ ନାହିଁ। ସେ ମିଛ କହୁଛନ୍ତି। ସେ ଦାବି କରିଛନ୍ତି ଯେ ସୀମାଙ୍କୁ ମିଛ କହିବା ଶିଖା ଯାଉଛି ଏବଂ ଡରା ଯାଉଛି ଯେ , ଯଦି ତୁମେ ସେଠାକୁ (ପାକସ୍ତାନ) ଯିବ ତ ତୁମକୁ ମାରି ଦେବେ। ସେ କହିଛନ୍ତି , ସୀମା ହାଇଦରଙ୍କ ଦ୍ୱାରା ପାକିସ୍ତାନ ମୁର୍ଦାବାଦ ନାରା ଦିଆଯାଇ ଥିଲା। ସେ ନିଜେ ନାରା ଦେଇ ନାହାନ୍ତି । ଆମର ସାହାଯ୍ୟ କରନ୍ତୁ । ଆମେ ନିଃସହାୟ। 

କହି ରଖୁଛୁ କି, ସୀମା ହାଇଦର ୨୦୨୩ରେ ନେପାଳ ରାସ୍ତାରେ ପାକିସ୍ତାନରୁ ଭାରତ ଆସି ଥିଲେ ଏବଂ ଏବେ ନୋଏଡାର ରବୁପୁରାରେ ସଚିନ ମିଣାଙ୍କ ଘରେ ରହୁଛନ୍ତି। ଉଭୟ ହିନ୍ଦୁ ରୀତିନୀତିରେ ବିବାହ ମଧ୍ୟ କରିଛନ୍ତି ଏବଂ ନିକଟରେ ସଚିନଙ୍କ ଦ୍ୱାରା ସେ ଏକ ଝିଅକୁ ଜନ୍ମ ଦେଇଛନ୍ତି। ସୀମା ଓ ସଚିନଙ୍କ ବନ୍ଧୁତା ପବଜୀ ଗେମ୍‌ ଖେଳିବା ବେଳେ ହୋଇଥିଲା ,ଏହା ଧିରେ ଧିରେ ପ୍ରେମରେ ବଦଳି ଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.