ଭୁବନେଶ୍ଵର, ୦୭/୦୪ : ଚଳିତ ମାସରେ ପୁନର୍ଗଠନ ହେବ ସ୍ୱୟଂ ସହାୟକ ଗୋଷ୍ଠୀ। ଏନେଇ ଖସଡ଼ା ପ୍ରସ୍ତୁତ କରିଛି ମିଶନ ଶକ୍ତି ବିଭାଗ। ଏସଏଚଜିକୁ ପୁନର୍ଗଠନ କରାଯିବ। ନୂଆ ଲୋକ ନେତୃତ୍ୱ ନେବେ। ୨ ବର୍ଷ ଧରି ନେତୃତ୍ୱ ନେଇଥିବା ସଦସ୍ୟଙ୍କୁ ବଦଳାଯାଇ ପୁଣି ନୂଆ ଲୋକଙ୍କୁ ଦାୟିତ୍ୱ ଦିଆଯିବ। GPLF, CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ ସରକାରରେ ବହୁତ ପରିବାର ଏସଏଚଜିରୁ ବଞ୍ଚିତ ଅଛନ୍ତି। ଏବେ ରାଜ୍ୟ ସରକାର ମିଶନ ଶକ୍ତିରେ ସବୁ ଘରକୁ ଯୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ିଥିଲେ। ଏବେ ସମସ୍ତଙ୍କୁ GPL ନିର୍ବାଚନରେ ଭାଗ ନେବାକୁ ସୁଯୋଗ ମିଳିବ। ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଅଛନ୍ତି ସେମାନଙ୍କୁ ବାହାର କରି ନୂଆ ଲୋକଙ୍କୁ ଦାୟିତ୍ଵ ଦିଆଯିବ। ତୃଣମୂଳ ସ୍ତରରେ ନେତୃତ୍ଵ ସୃଷ୍ଟି କରିବାକୁ ଚେଷ୍ଟା କରାଯିବ। 


ଉପମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ଭୋଟ୍ ପାଇଁ ଏସଏଚଜି ଗଠନ କରାଯାଇଥିଲା। ସେଥିପାଇଁ ରାଜ୍ୟରେ ଏସଏଚଜିଙ୍କ ରେଜିଷ୍ଟ୍ରେସନ ନାହିଁ। ବିନା ରେଜିଷ୍ଟ୍ରେସନରେ କୋଟି କୋଟି ଟଙ୍କା ଦିଆଯାଇଛି। ରେଜିଷ୍ଟ୍ରେସନ ନଥିବାରୁ ଅଡିଟ୍ ନାହିଁ। ଏହାର ଉଦ୍ଦେଶ୍ୟ କଣ ଜଣା ପଡୁଛି, କିନ୍ତୁ ଏବେ ମହିଳାଙ୍କ ବିକାଶ ପାଇଁ କାମ କରିବେ ନୂଆ ସରକାର। ପାତର ଅନ୍ତର ହେବ ନାହିଁ। 

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍, ୧୭ରୁ ଉର୍ଦ୍ଧ୍ଵ ଆହତ