ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦିଲ୍ଲୀ କଂଗ୍ରେସକୁ ଝଟକା, ହାତ ଛାଡି ଝାଡୁ ଧରିଲେ ଏହି ପୁରୁଖା ନେତା

Published By : Ankita S | November 10, 2024 2:59 PM

ନୂଆଦିଲ୍ଲୀ,୧୦/୧୧: ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ । ଦିଲ୍ଲୀ କଂଗ୍ରେସକୁ ଲାଗିଛି ବଡ ଝଟକା । ଆସନ୍ତାବର୍ଷ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଦଳର ବରିଷ୍ଠ ନେତା ତଥା ୫ଥରର ବିଧାୟକ ମତିନ ଅହମଦ ଆମ ଆଦମୀ ଦଳରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀରେ ଆୟୋଜିତ ଆପର ମିଶ୍ରଣ ପର୍ବରେ କେଜ୍ରିୱାଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

୫ଥର ବିଧାୟକ ରହିଛନ୍ତି ମତିନ ଅହମଦ । ପୂର୍ବରୁ ମତିନଙ୍କ ପୁଅ ବୋହୂ କଂଗ୍ରେସ ଛାଡି ଆପରେ ମିଶି ସାରିଛନ୍ତି । ମତିନ ଅହମଦ ସିଲମପୁର ଆସନରୁ କଂଗ୍ରେସର ୫ ଥର ବିଧାୟକ ପଦରେ ରହିଛନ୍ତି । ୧୯୯୩ରୁ ନେଇ ୨୦୧୩ ଯାଏ ଲଗାତାର ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି । ତାଙ୍କ ପୁଅ ଚୌଧୁରୀ ଜୁବେର ଏବଂ ବୋହୂ ଅକ୍ଟୋବର ୨୯ ତାରିଖରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

ମତିନ ଅହମଦ ୨ ଥର ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ ରହିଛନ୍ତି । ୨୦୦୪ ଓ ୨୦୦୯ରେ ସେ ୱାକଫ ବୋର୍ଡର ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ । ଏହା ସହିତ ଦିଲ୍ଲୀରେ କଂଗ୍ରେସ ସରକାରରେ ସେ ଜଳ ବୋର୍ଡ ଉପାଧ୍ୟକ୍ଷ ଭାର ସମ୍ଭାଳିଥିଲେ । ମତିନ ଅହମଦଙ୍କର ସିଲମପୁର ଅଞ୍ଚଳରେ ଲୋକପ୍ରିୟତା ରହିଛି । ୨୦୧୫ ଓ ୨୦୧୦ରେ ଏଠାରେ ଆପ ବିଜୟୀ ହୋଇଥିଲା । ମାତ୍ର ଏଥର ଲଢେଇ ଅଧିକ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । ନିର୍ବାଚନ ପୂର୍ବରୁ ମତିନ ଅହମଦଙ୍କ ଆପରେ ସାମିଲ ହେବା ସିଲମପୁରରେ ଆପକୁ ଅଧିକ ଶକ୍ତିଶାଳୀ କରିଥିବା କୁହାଯାଉଛି । ଏବେ ଦେଖିବାକୁ ରହିଲା କଂଗ୍ରେସ ଏହିଠାରୁ କାହାକୁ ପ୍ରାର୍ଥୀ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.