ଭୁବନେଶ୍ୱର :  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନସେସ୍‌ (ଆଇଏଏସ୍‌)ର କୀଟତତ୍ତ୍ୱ ବିଭାଗ ପକ୍ଷରୁ ନିକଟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାର ପାଞ୍ଚ ଜଣ ବରିଷ୍ଠ ତଥା ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ କୀଟତତ୍ୱବିତ୍‌ ପ୍ରଫେସର ଏନ୍‌.ସି ପଟ୍ଟନାୟକ, ପ୍ରଫେସର ଏ. ପି ସାମଲ, ପ୍ରଫେସର ବାସୁଦେବ ମିଶ୍ର, ପ୍ରଫେସର ଉମାକାନ୍ତ ନନ୍ଦ ଓ ପ୍ରଫେସର ଅଚ୍ୟୁତାନନ୍ଦ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେମାନଙ୍କର ଜୀବନବ୍ୟାପୀ ସାଧନା, ଗବେଷଣା, ଅଧ୍ୟାପନା ତଥା କୃଷକ ସମାଜ ପାଇଁ ଅସୀମ ଅବଦାନ ରହିଛି। 

ଏଭଳି କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଏହି ୫ ଜଣ ବରିଷ୍ଠ କୀଟ ତତ୍ତ୍ୱବିତ୍‌ମାନେ ସୋଆକୁ ପ୍ରଶଂସା କରିବା ସହ ଆଇଏଏସ୍‌ର କୀଟତତ୍ୱ ବିଭାଗର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। 

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ, ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ପ୍ରଫେସର ସନ୍ତୋଷ କୁମାର ପଣ୍ଡା ଓ ପ୍ରଫେସର ବ୍ରଜ କିଶୋର ସାହୁ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ। 

ଏହି ଅବସରରେ କୀଟତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ଭୁବନାନନ୍ଦ ଅଧିକାରୀ ମଞ୍ଚ ସଂଯୋଜନା କରିଥିଲେ। ଡକ୍ଟର ସତ୍ୟ ନାରାୟଣ ଶତପଥୀ, ଡକ୍ଟର ସ୍ୱୟମ୍‌ ସିଂହ, ଡକ୍ଟର ରିତେଶ ମିଶ୍ର, ବିଶ୍ୱଜିତ୍‌ ମିଶ୍ର, ଡକ୍ଟର ଶୁଭଲକ୍ଷ୍ମୀ ରାୟ, ଡକ୍ଟର ପ୍ରଜ୍ଞା ପତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। 

ଅମିତ୍ର ମହାପାତ୍ର, ନିଶିସ୍ମିତା ରିଡା, ଶୁଭମ୍‌ ପ୍ରକାଶ, ସୁମିତ ସୌରଭ, ସ୍ୱୟମଦୀପ୍ତ, ପ୍ରଦୀ ଜେନା ପ୍ରମୁଖ ସଂଯୋଜନା କରିଥିଲେ।