ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ ହେବାପରେ ଏବେ ହରଡ଼ଘଣାରେ ବରିଷ୍ଟ ପୋଲିସ ଅଧିକାରୀ। ଏନେଇ କର୍ଣ୍ଣାଟକର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ (DYSP) ପାହ୍ୟାର ଜଣେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ମଙ୍ଗଳବାର ପୋଲିସ ବିଭାଗରୁ ବହିଷ୍କାର କରାଯାଇଛି। ଅଧିକାରି ଜଣଙ୍କ ନିଜ ଅଫିସ୍ ଚାମ୍ବର ଭିତରେ ଜଣେ ମହିଳାଙ୍କ ସହ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ପୋଲିସ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

ନିକଟରେ ପୋଲିସ ଅଧିକାରୀ ଜଣଙ୍କ ନିଜ କାର୍ଯ୍ୟକ୍ଷେତ୍ରରେ ପୋଲିସ ପୋଷାକ ପିନ୍ଧି ଜଣେ ମହିଳାଙ୍କ ସହ ଅନୁପଯୁକ୍ତ ଆଚରଣ ପ୍ରଦର୍ଶନ କରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। କେହି ଜଣେ ଲୁଚି ଏହି ଅନୈତିକ କାର୍ଯ୍ୟର ଭିଡିଓ ରେକର୍ଡି କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେଇଥିଲେ। ରାତାରାତି ଏହି ଭିଡିଓ ଭାଇରାଲ ହୋଇ ସାମାଜିକର ଗଣମାଧ୍ୟମରେ ଟ୍ରେଣ୍ଡ କରୁଥିଲା। 

ଏହି ଭାଇରାଲ ଭିଡିଓ ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଞ୍ଚିବା ପରେ ପୋଲିସ ବିଭାଗ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ତେବେ ଭିଡିଓରେ କଏଦ ହୋଇଥିବା ଅଧିକାରୀ ଜଣଙ୍କ ମଧୁଗିରି ସବଡିଭିଜନର କାର୍ଯ୍ୟକରୁଥିବା ନେଇ ସୁଚନା ମିଳିଥିଲା। ଆଉ ଆକ୍ସନ ମୋଡରେ ପୋଲିସ ବିଭାଗ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ନିର୍ଦ୍ଦେଶ ଜାରି କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।