ପ୍ରମୂଖ ଖବର

ସର୍ଭିଆର ସଂସଦରେ ଜୋରଦାର ହଙ୍ଗାମା ! ବିରୋଧି ସାଂସଦଙ୍କ ସ୍ମୋକ୍ ଗ୍ରେନେଡ୍ ମାଡ଼

Published By : Prameya | March 4, 2025 7:30 PM

ନୂଆଦିଲ୍ଲୀ,୪।୩: ୟୁରୋପୀୟ ଦେଶ ସର୍ଭିଆର ସଂସଦରେ ବିରୋଧି ସାଂସଦଙ୍କ ହଙ୍ଗାମା। ବିରୋଧି ସାଂସଦମାନେ ସଂସଦରେ ଗୋଟିଏ ପରେ ଗୋଟିଏ ସ୍ମୋକ୍ ଗ୍ରେନେଡ ଓ ଲୁହବୁହା ଗୃାସ୍‌ ମାଡ କରିଥିଲେ। ଯାହାଫଳରେ ସଂସଦରେ ପାଲଟିଥିଲା ଋଣକ୍ଷେତ୍ର। ସାଂସଦମାନେ ପରସ୍ପର ସହ ମାରପିଟ୍ କରୁଥିବାର ଦେଖିବାକୁ ମିଳିଛି। ସଂସଦର ଅଧିବେଶନ ଚାଲିଥିବା ବେଳେ ଟିଭିରେ ଏହାର ଲାଇଭ ଟେଲିକାଷ୍ଟ ଚାଲିଥିଲା। ସର୍ଭିୟାର ବିରୋଧି ସାଂସଦ ମଙ୍ଗଳବାର ସରକାରଙ୍କ ନୀତି ବିରୋଧରେ ସଂସଦ ଭିତରେ ସ୍ମୋକ ଗ୍ରେନେଡ୍ ଓ ଲୁହ ବୁହା ଗ୍ୟାସ୍ ମାଡ କରିଥିଲେ। ଏହାପରେ ପୁରା ସଂସଦରେ କଳା ଓ ଗୋଲାପୀ ଧୂଆଁ ବ୍ୟାପୀ ଯାଇଥିଲା। ବିରୋଧି ସାଂସଦ ସରକାରଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରୁଥିବା ବିରୋଧି ଛାତ୍ରଙ୍କ ସମର୍ଥନ କରୁଥିଲେ।

ଚାରିମାସ ପୂର୍ବରୁ ସର୍ଭିୟାରେ ରେଳ ଷ୍ଟେସନ୍‌ର ଛାତ ପଡିବା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ  ହୋଇଥିଲା। ଯାହାକି ଏବେ ସରକାରଙ୍କ ପାଇଁ ବଡ଼ ବିପଦ ପାଲଟି ଯାଇଛି। ବିଧାନସଭା ଅଧିବେଶନରେ ସର୍ଭିୟା ପ୍ରଗତିଶୀଳ ପାର୍ଟି(ଏସ୍ଏନ୍‌ଏସ୍)ର ନେତୃତ୍ବାଧୀନ ମେଣ୍ଟ ବଜେଟ୍‌ରେ ଏଜେଣ୍ହାକୁ ମଞ୍ଜୁରୀ ଦେଇଛି। ଏହାପରେ କିଛି ବିରୋଧି ନେତା ନିଜ ସିଟ୍‌ରୁ ଓହ୍ଲେଇ ସଂଦଦ ଅଧ୍ୟକ୍ଷଙ୍କ ଆଡକୁ ଦୌଡିଥିଲେ। ଏହି ସମୟରେ ସୁରକ୍ଷାକର୍ମୀଙ୍କ ସହ ହାତାହାତି ଦେଖିବାକୁ ମିଳିଥିଲା। ସେଭଳି କିଛି ବିରୋଧି ସାଂସଦ ସ୍ମୋକ୍ ଗ୍ରେନେଡ୍‌ ଓ ଲୁହ ବୁହା ଗ୍ୟାସ୍‌ର ମାଡ଼ କରିଥିଲେ। ଲାଇଭ ଟେଲିକାଷ୍ଟରେ ସଂସଦର ବିଲ୍ଡିଂ ଭିତରେ କଳା ଓ ଗୋଲାପୀ ରଙ୍ଗର ଧୂଆଁ ଦେଖିବାକୁ ମିଳିଥିଲା।

ସ୍କିପର ଏନା ବ୍ରନାବିକ କହିଛନ୍ତି, ଏହି ସମୟରେ ଦୁଇ ସାଂସଦ ଆହତ ହୋଇଥିଲେ। ତାଙ୍କ ଭିତରୁ ଜଣେ ଏସ୍ଏନ୍‌ଏସ୍ ପାର୍ଟିର ଜସ୍ମିନ୍‌ ଷ୍ଟେ୍ରାକ୍ ହୋଇଥିଲା। ଏହାପରେ ତାଙ୍କର ସ୍ଥିତି ଗୁରୁତର ରହିଛି। ସେ ଅଧିବେଶନରେ କହିଛନ୍ତି, ସଂସଦର କାମ କରିବା ଓ ସର୍ଭିଆର ରକ୍ଷା କରିବା ଜାରି ରଖିବେ।’ ମଙ୍ଗଳବାର ସର୍ଭିୟାର ସଂସଦ ଦେଶର ୟୁନିଭର୍ସିଟି ପାଇଁ ଧନରାଶି ବଢାଇଥିବା ଆଇନ ପାସ୍ କରିବାର ଥିଲା। ଏହି ଆଇନର ଦାବିକୁ ନେଇ ଡିସେମ୍ବରରୁ ସର୍ଭିୟାର ଛାତ୍ର ପ୍ରଦର୍ଶନ କରୁଛନ୍ତି। ସଂସଦରେ ଦେଶର ପ୍ରଧାନମନ୍ତ୍ରୀ ମିଲୋସ ଭୁସୋଭିକ୍‌ଙ୍କ ଇସ୍ତଫା ଉପରେ ମଧ୍ୟ ଚର୍ଚ୍ଚା ହେବାର ଥିଲା, କିନ୍ତୁ ଶାସକ ମେଣ୍ଟ ଅଧିବେଶନର ଏଜେଣ୍ଡାରେ ଏଭଳି ବହୁ ପ୍ରସଙ୍ଗକୁ ରଖିଛନ୍ତି, ଯାହାଫଳରେ ବିରୋଧି ସମ୍ପୂର୍ଣ୍ଣ ଭାବରେ କ୍ଷୁବ୍ଧ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.