ପ୍ରମୂଖ ଖବର
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ

Published By : Harapriya Sethi | November 6, 2024 1:03 PM

ନୀଳଗିରି,୦୬/୧୧: ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର (ଉପ ସ୍ୱାସ୍ଥ୍ୟ କେନ୍ଦ୍ର)ର ଦୁଇଟି ସେଣ୍ଟରରେ ବ୍ୟାପକ ସିରିଜ୍ ଚୋରି । ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର, ଇନ୍‌ଭଟର, ବ୍ୟାଟେରୀ, ଫ୍ୟାନ୍‌, ଓଜନ ମେସିନ୍‌ ସହିତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ପୋଡାଶୁଳ ଓ ସିଆଡିମାଳ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର (ଉପ ସ୍ୱାସ୍ଥ୍ୟ କେନ୍ଦ୍ର)ର ଦୁଇଟି ସେଣ୍ଟରରେ ତାଲା ଭାଙ୍ଗି ମୁଲ୍ୟବାନ ସାମଗ୍ରୀ ଲୁଟି ନେଲେ ଦୁର୍ବୃତ୍ତ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର, ଇନ୍‌ଭଟର, ବ୍ୟାଟେରୀ ଚୋରି କରି ନେଇଥିଲେ ଦୁର୍ବୃତ୍ତ । କେବଳ ସେତିକି ନୁହେଁ, ଫ୍ୟାନ୍‌, ଓଜନ ମେସିନ୍‌ ସହିତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଲୁଟି ନେଇଥିଲେ । ଏ ବିଷୟରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଜାଣିବାକୁ ପାଇଥିଲେ । ଏହା ଜାଣି ତୁରନ୍ତ ନୀଳଗିରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ଖୋଜି ଘଟଣାର ତଦନ୍ତ ଚଳାଇଛି । 

ତେବେ ଏହି  ଲୁଟ୍‌ ହେବାର ଗୋଟିଏ ଦିନ ପୂର୍ବରୁ ପୋଡାଶୁଳ ଗ୍ରାମରେ ଘରେ ଗଡ଼ରେଜ ତାଲା ଭାଙ୍ଗି ୪୦ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍‌ କରିଥିଲେ ଦୁର୍ବୃତ୍ତ । ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା । ଏହି ଦୁଇଟି ଅଭିଯୋଗ ଆଧାରରେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.