ସୁନ୍ଦରଗଡ଼, ୧୫।୧ ଗୋମାଂସ କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ସୁନ୍ଦରଗଡ଼ ଟାଉନ ଥାନା ରିଜେଣ୍ଟ ମାର୍କେଟ ପାଲଟିଲା ରଣକ୍ଷେତ୍ର। ଉଭୟ ପକ୍ଷରୁ ଟେକାମାଡ। ଏକାଧିକ ଯୁବକ ସମେତ ପୋଲିସ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ୨ ପ୍ଲାଟୁନ ପୋଲିସ ସହ ସୁନ୍ଦରଗଡ଼ ଏସପି ଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଛି । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ପହଞ୍ଚିଛନ୍ତି । ସୁନ୍ଦରଗଡ଼ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପଳଙ୍କ ଉପସ୍ଥିତି ରେ ଉଭୟ ପକ୍ଷ ସହ ଆଲୋଚନା ଜାରି ରହିଛି।