ନୂଆଦିଲ୍ଲୀ : ଆମେରିକାର ଅନେକ ସ୍ଥାନରେ ଆସିଥିବା ଭୀଷଣ ମୌସୁମୀ ଝଡ଼ ଖୁବ୍ ପ୍ରଳୟ ସୃଷ୍ଟି କରିଛି। ରିପୋର୍ଟ ଅନୁସାରେ , ଉପର ମିଡୱେଷ୍ଟରେ ବରଫପାତ ଓ ଝଡ଼ ତୋଫାନରେ ରାସ୍ତା ଗୁଡ଼ିକ ବନ୍ଦ ହୋଇ ଯାଇଛି। ପୂର୍ବତଟରେ ଟର୍ଣ୍ଣାଡୋ ଓ ବିନାଶକାରୀ ବାୟୁ ପ୍ରବାହର ବିପଦ ବଢି ଯାଇଛି। ରାଷ୍ଟ୍ରୀୟ ପାଣିପାଗ ସେବା (ଏନଡବ୍ଲ୍ୟୁଏସ) ଚେତାବନୀ ଜାରି କରିଛି ଯେ, ସୋମବାର ମଧ୍ୟ ଆଟଲାଣ୍ଟିକ୍ ରାଜ୍ୟ , ୱାଶିଂଟନ ଡିସି ସହ ଅନେକ ଅଞ୍ଚଳରେ ସବୁଠୁ ଅଧିକ ବିପଦ ଅଛ। ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ , ଏହି କୋଲ୍ଡ ଫ୍ରଣ୍ଟ ମଙ୍ଗଳବାର ଯାଏ ପୂର୍ବତଟରୁ ଦୂରକୁ ଚାଲିଯିବ, କିନ୍ତୁ ଏଥିରେ ହଠାତ୍ ଖୁବ୍ ଜୋରରେ ଥଣ୍ଡା ବଢି ପାରେ। ଉପସାଗରୀୟ ତଟ, ଫ୍ଲୋରିଡା ପାନହ୍ୟାଣ୍ଡଲ ଓ ଦକ୍ଷିଣ –ପୂର୍ବ କ୍ଷେତ୍ରରେ ତାପମାତ୍ରା ଶୂନ୍ୟରୁ ତଳକୁ ଖସିବାର ଆଶଙ୍କା ରହିଛି। ଅର୍କାନ୍ସସ ଓକଲାହୋମା ,ଲଉସିଆନା ଓ ଟେକ୍ସାସ ଆଦି କିଛି ସ୍ଥାନରେ ମଧ୍ୟ ଥଣ୍ଡାର ଚେତାବନୀ ଜାରି କରାଯାଇଛି।
ରିପୋର୍ଟ ଅନୁସାରେ , ଉତ୍ତରରେ ଥଣ୍ଡା ବାୟୁରେ ବର୍ଷା ବରଫରେ ବଦଳୁଛି, ପଶ୍ଚିମ ଭର୍ଜିନିଆର ମଧ୍ୟ ଉପ୍ପାଲାଚିୟନ ଅଞ୍ଚଳରେ ୧୫ ସେଣ୍ଟିମିଟରରୁ ଅଧିକ ବରଫ ଜମା ହେବାର ସମ୍ଭାବନା ରହିଛି। ମିନେସୋଟା , ବିସ୍କାନ୍ସିନ ଓ ମିସିଗନରେ ଖୁବ୍ ବରଫପାତ ରେକର୍ଡ କରାଯାଇଛି। ଭିସ୍କାନ୍ସିନ ଓ ମିସିଗନର କିଛି ଅଞ୍ଚଳରେ ୬୧ ସେଣ୍ଟିମିଟର ଯାଏ ବରଫ ଖସି ସାରିଛି,ଯାହାକି ଉପର ମିସିଗନରେ ଅତିରିକ୍ତ ୩୦-୫୧ ସେଣ୍ଟିମିଟର ବରଫପାତ ଓ ତେଜ ବାୟୁ ପ୍ରବାହର ଚେତାବନୀ ଅଛି। ଅନେକ ଅଞ୍ଚଳରେ ସ୍କୁଲ ବନ୍ଦ କରିଦିଆ ଯାଇଛି।
ରବିବାର ଠାରୁ ଆରମ୍ଭ ହୋଇଥିବା ଝଡ଼ ମିସିସିପି , ଟେନେସି ଓ ଓହିୟୋ ଘାଟୀ ଦେଇ ଗତି କରୁଛି। ଏହି ଝଡ଼ ଅପ୍ପାଲାଚିୟନ ପର୍ବତ ଗୁଡ଼ିକରେ ପ୍ରବେଶ କରି ପୂର୍ବତଟ ଆଡ଼କୁ ବଢୁଛି । ଯେଉଁଠି ବ୍ୟାପକ ବିନାଶକାରୀ ବାୟୁପ୍ରବାହ ଓ ଅନେକ ଘୂର୍ଣ୍ଣିବାତ୍ୟା ଆସିବାର ଆଶଙ୍କା ରହିଛି।
ରିପୋର୍ଟ ଅନୁସାରେ , ଏୟାର ଟ୍ରାଫିକ୍ ଉପରେ ମଧ୍ୟ ଖୁବ୍ ପ୍ରଭାବ ପଡ଼ିଛି। ଫ୍ଲାଇଟ୍ ଆୱେୟର ଅନୁସାରେ ,ସାରା ଦେଶରେ ପ୍ରାୟ ୧୪୦୦ ଉଡ଼ାଣ ବିଳମ୍ୱିତ ଓ ୧୮୦୦ ବାତିଲ ହୋଇଛି। ଚିକାଗୋର ଓହେୟର ଓ ମିଡୱେ ଏୟାରପୋର୍ଟରେ ୩୫୦ରୁ ଅଧିକ ଉଡ଼ାଣ ବାତିଲ ହୋଇଛି।