ନୂଆଦିଲ୍ଲୀ ୨୭/୦୧: ବିଶ୍ୱର ସବୁଠାରୁ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଫିଲ୍ମ ତାରକାମାନଙ୍କ ମଧ୍ୟରୁ ଜଣେ ହେବା ସତ୍ତ୍ୱେ, ମୁସଲମାନ ହୋଇଥିବାରୁ ପ୍ରାୟତଃ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଶାହରୁଖ ଖାନ। ସେଥିମଧ୍ୟରୁ ସବୁଠାରୁ ଉଲ୍ଲେଖନୀୟ ହେଉଛି ଆମେରିକା ବିମାନବନ୍ଦରରେ ତାଙ୍କୁ ଏକାଧିକ ଥର ଅଟକ ରଖାଯିବା। ନିକଟରେ, କଂଗ୍ରେସ ରାଜ୍ୟସଭା ସାଂସଦ ଏବଂ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏହି ବିଷୟରେ ମତାମତ ଦେଇ କହିଛନ୍ତି ଯେ ୯/୧୧ ପରେ ବଲିଉଡର 'ବାଦଶାହା'ଙ୍କୁ ନ୍ୟୁୟର୍କ ବିମାନବନ୍ଦରରେ ଅଟକ ରଖାଯାଇଥିବା ବେଳେ ସେ କିପରି ତାଙ୍କୁ ସାହାଯ୍ୟ କରିଥିଲେ।
ଖବର ସରବରାହ ସଂସ୍ଥା ଏଏନ୍ଆଇ ସହ ବାର୍ତ୍ତାଳପ ସମୟରେ ଶୁକ୍ଳା ପ୍ରକାଶ କରିଛନ୍ତି ଯେ ଘଟଣା ସମୟରେ ଶାହରୁଖ ଖାନ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ସେ କହିଛନ୍ତି, "ସେ ଏଥିପାଇଁ ଫୋନ୍ କରିଥିଲେ କାରଣ ସେତେବେଳେ ଅନିୟମିତ ଯାଞ୍ଚ ଚାଲିଥିଲା, ଯେଉଁଠାରେ କାହାର ବି ନାଁ ଦେଖି ତାଙ୍କ ଲଗେଜକୁ ଅଟକାଇ ଦିଆଯାଉଥିଲା। ସେମାନେ ଯେକୌଣସି ବ୍ୟକ୍ତିଙ୍କୁ ଅଟକାଇ ବସାଇ ଦେଉଥିଲେ... ୯/୧୧ ପରେ, ବିମାନବନ୍ଦରରେ ସୁରକ୍ଷା କର୍ମୀଙ୍କୁ ପ୍ରଶ୍ନ କରାଯାଇ ପାରୁନଥିଲା।
ଆହୁରି ପଢ଼ନ୍ତୁ...ଅଞ୍ଜଳି ଆରୋରାଙ୍କ ପ୍ରେମିକଙ୍କୁ ବାନ୍ଧିଲା ପୁଲିସ, ଗାଡ଼ିରେ ଲଗାଇଥିଲେ ନକଲି ଏକ୍ସ-ଏମ୍ପି ଷ୍ଟିକର
ସେ ଆହୁରି କହିଛନ୍ତି, "ସେମାନଙ୍କର ଆଇନ ଏତେ କଠୋର ଥିଲା... ଶାହାରୁଖଙ୍କୁ ମଧ୍ୟ ହଇରାଣ କରାଯାଇଥିଲା... ସେହି ଦିନ ଜନ୍ମାଷ୍ଟମୀ ଥିଲା ତାଙ୍କୁ ଶାହାରୁଖ ଫୋନ୍ କରିଥିଲେ... ଏବଂ ସେ କହୁଥିଲେ 'ଏପରି ସବୁ ଘଟିଛି... ସେ ଦୁଇ ଘଣ୍ଟା ଧରି ବସିଛନ୍ତି । ମୁଁ କାହା ସହିତ ଯୋଗାଯୋଗ କରିଥିଲି କିମ୍ବା ପ୍ରକୃତରେ କ’ଣ ଘଟିଥିଲା ତାହା ମୁଁ ପ୍ରକାଶ କରିବି ନାହିଁ, କିନ୍ତୁ... ୧୫ ମିନିଟ୍ ମଧ୍ୟରେ ମୋତେ ଶାହରୁଖଙ୍କ ଫୋନ୍ ଆସିଲା ଯେ ତାଙ୍କୁ ଏବଂ ତାଙ୍କ ଜିନିଷପତ୍ର ରିଲିଜ୍ କରାଯାଇଛି।
ତେବେ ୨୦୦୯ ମସିହାର ଘଟଣା ପରେ, ଶାହରୁଖ ଏହି ଅଭିଜ୍ଞତାକୁ "ଲଜ୍ଜାଜନକ" ବୋଲି ବର୍ଣ୍ଣନା କରିଥିଲେ। ବର୍ଷ ବର୍ଷ ପରେ, ସେ ଏହା ବିଷୟରେ ବିସ୍ତାରିତ ଭାବରେ କହିଥିଲେ, ଏହା ଏକ ଅସହଜ ପରିସ୍ଥିତି ଥିଲା।