ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପହଲଗାମ ହମଲାକୁ ନେଇ ଶାହିଦ ଆଫ୍ରିଦିଙ୍କ ଭୟଙ୍କର ବୟାନ, ଭାରତୀୟ ସେନା ଉପରେ ଉଠାଇଲେ ପ୍ରଶ୍ନ

Published By : Ankita S | April 28, 2025 2:00 PM

ନୂଆଦିଲ୍ଲୀ,୨୮/୦୪: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଭାରତୀୟ ସେନା ଉପରେ ଆଙ୍ଗୁଳି ଉଠାଇଛନ୍ତି । ୧ ଘଣ୍ଟା ଧରି ଯେବେ ସେଠି ଘଟଣା ଘଟିଲା କେହି ଆସିଲେ ନାହିଁ । ଏହାର କିଛି ମିନିଟ୍ ପରେ ଦୋଷ ପାକିସ୍ତାନ ଉପରେ ଲଦି ଦେଲେ ବୋଲି କହିଛନ୍ତି ଶାହିଦ୍ ଆଫ୍ରିଦି ।

ପହଲଗାମ ହମଲାକୁ ନେଇ ଶାହିଦ୍ ଆଫ୍ରିଦ ଦେଇଥିବା ବୟାନର ଭିଡ଼ଓ ଭାଇରାଲ ହେଉଛି । ଯେଉଁଥିରେ ସେ କହିଛନ୍ତି,''୧ ଘଣ୍ଟା ଧରି ଆତଙ୍କୀ ସେଠାରେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ମାତ୍ର ୮ ଲକ୍ଷ ସେନାଙ୍କ ମଧ୍ୟରୁ ସେଠାକୁ କେହି ଆସିଲେ ନାହିଁ । ଆଉ ଯେବେ ଆସିଲେ ୧୦ ମିନିଟ୍ ଭିତରେ ପାକିସ୍ତାନ ଉପରେ ଦୋଷ ଲଦି ଦେଲେ । ନିଜେ ଭୁଲ କରୁଛନ୍ତି ନିଜେ ଲୋକଙ୍କୁ ମରାଉଛନ୍ତି ପୁଣି ଭିଡ଼ିଓରେ ଦେଖାଉଛନ୍ତି ସେମାନେ ବଞ୍ଚିଛନ୍ତି । ଏମିତି କରିବା କଥା ନୁହେଁ । ଭାରତ ବହୁତ ସହଜରେ ପହଲଗାମ ଘଟଣାରେ ପାକିସ୍ତାନକୁ ଦୋଷୀ କରିଦେଲା । ଯଦି କହୁଛ ତେବେ ପ୍ରମାଣ ଦିଅ ।''

ସେ ଆହୁରି କହିଛନ୍ତି,'' ଦେଖ କେହି ବି ଦେଶ ଆତଙ୍କବାଦକୁ ସମର୍ଥନ କରେ ନାହିଁ । କୌଣସି ବି ଧର୍ମ ଏହି ଘଟଣାକୁ ସମର୍ଥନ କରିବ ନାହିଁ । ଦୁଇ ପଡ଼ୋଶୀ ଦେଶ ହିସାବରେ ପରସ୍ପର ଧ୍ୟାନ ରଖିବା ଉଚିତ୍ । ଘଟଣାରେ ଯେଉଁ ନୀରିହ ଲୋକଙ୍କ ଜୀବନ ଯାଇଛି ତାହାକୁ ନେଇ ଆମେ ବି ଦୁଃଖିତ । ଆମକୁ ବି ସେଠୁ ଧମକ ମିଳେ । ଆମେ ଭାରତ ସହିତ ସବୁବେଳେ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରିଛୁ । ତୁମ କବାଡ଼ି ଟିମ୍ ଖେଳିବାକୁ ଏଠାକୁ ଆସୁଛି ହେଲେ କ୍ରିକେଟ ଖେଳିବାକୁ ଦେଉନାହଁ । ଯଦି ବନ୍ଦ କରିବାର ଅଛି ତେବେ ସବୁ ଖେଳ ବନ୍ଦ କରିଦିଅ । ଯଦି ଚାଲିବାର ଅଛି ସବୁ ତରକାରେ ଚାଲ । ''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.