ମୁମ୍ବାଇ,୧୭/୧୦: ଶାହରୁଖ ଖାନ ,ସଲମାନ ଖାନ ଓ ଅମିର ଖାନଙ୍କୁ ଏକାଠି ଦେଖିବାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥାନ୍ତି । ଯେତେବେଳେ ଏହି ତିନି ଜଣ ଏକାଠି ଦେଖାଯାଆନ୍ତି ତେବେ ଇଣ୍ଟରନେଟରେ ଏମାନଙ୍କ ଚର୍ଚ୍ଚା ହୋଇଥାଏ। ଆଉ ଏହାରି ମଧ୍ୟରେ ଲୋକପ୍ରିୟ ୟୁଟ୍ୟୁବର ମିଷ୍ଟର ବିଷ୍ଟ ତାଙ୍କର ନୂତନ ଫଟୋ ସହ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛନ୍ତି । ମିଷ୍ଟର ବିଷ୍ଟ କୌଣସି ସାଧାରଣ ଫଟୋ ସେୟାର କରିନାହାଁନ୍ତି, ବରଂ ଏହି ୩ ଖାନଙ୍କ ସହ ତାଙ୍କର ଏକ ଫଟୋ ସେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଫଟୋ ସାଉଦି ଆରବର ରିୟାଦରେ ଆୟୋଜିତ ଏକ ଇଭେଣ୍ଟରୁ ଆସିଛି । ମିଷ୍ଟର ବିଷ୍ଟ ଏହି ଫଟୋକୁ ଅକ୍ଟୋବର ୧୬ରେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି । ଏହି ଫଟୋରେ ମିଷ୍ଟର ବିଷ୍ଟ ତିନି ଜଣ ଖାନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।
ଏହି ଫଟୋରେ ଶାହାରୁଖ ଖାନ ବାଲ୍କ ସୁଟରେ ନଜର ଆସିଥିବା ବେଳେ ସଲମାନ ଖାନ ବ୍ଲୁ ସୁଟ୍ ଏବଂ ଆମୀର ଖାନ ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକରେ ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନରେ ମିଷ୍ଟର ବିଷ୍ଟ ଲେଖିଛନ୍ତି, "ହେ ଭାରତ, ଆମେ ସମସ୍ତେ ଏକାଠି କିଛି କରିବା ଉଚିତ ?" ମିଷ୍ଟର ବିଷ୍ଟଙ୍କ ଏହି ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ବଲିଉଡର ତିନି ଖାନଙ୍କ ସହ ତାଙ୍କର ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ଫଟୋକୁ ଏକ୍ସ-ମେନ ଆକାଉଣ୍ଟରେ ବହୁଳ ଭାବରେ ସେୟାର କରାଯାଉଛି ।ଜଣେ ୟୁଜର୍ସ ଲେଖିଛନ୍ତି, ମୁକେଶ ଅମ୍ବାନୀଙ୍କ ପରେ, ମିଷ୍ଟର ବିଷ୍ଟ ତିନି ଖାନଙ୍କୁ ଏକାଠି କରିବାର ସଫଳତା ହାସଲ କରିଛନ୍ତି । ଆଉ ଜଣେ ଲେଖିଛନ୍ତି, ୟୁଟ୍ୟୁବର ମିଷ୍ଟର ବିଷ୍ଟଙ୍କ ସହ ଶାହାରୁଖ, ସଲମାନ ଏବଂ ଆମୀର । ମିଷ୍ଟର ବିଷ୍ଟଙ୍କ ପରବର୍ତ୍ତୀ ସହଯୋଗ ଆଉ କ'ଣ ? ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଜୟ ଫୋରମ୍ ରେ ଡାନା ହ୍ୱାଇଟ୍, ଶାକିଲ୍ ଓ'ନିଲ୍, ଟେରି କ୍ରୁସ୍, ଗ୍ୟାରି ଭାୟନରଚୁକ୍, ଲି ଜଙ୍ଗ-ଜେ ଏବଂ ରାୟାନ ସିକ୍ରେଷ୍ଟଙ୍କ ସମେତ ଅନେକ ଅନ୍ତର୍ଜାତୀୟ ତାରକା ଏବଂ ଶିଳ୍ପ ଅଭିଜ୍ଞମାନେ ଯୋଗ ଦେଇଥିଲେ ।