ମୁମ୍ବାଇ ୦୫/୦୫: ବଲିଉଡ୍ ବାଦଶାହ ଶାହାରୁଖ ଖାନଙ୍କ ଅପକମିଂ ଫିଲ୍ମ ‘କିଙ୍ଗ୍’ର ରିଲିଜକୁ ତାଙ୍କ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରିଛନ୍ତି। ଇତିମଧ୍ୟରେ ଏହି ଫିଲ୍ମକୁ ନେଇ ଏକ ଖବର ଆସିଛି। ଏଥିରେ ଶାହାରୁଖଙ୍କ ନାୟିକା କିଏ ହେବେ ସେନେଇ ଅନେକ ଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା। ଏବେ ଏଥିରେ ଦୀପିକା ପାଦୁକୋନ ନାୟିକା ଭାବେ ନଜର ଆସିବେ ବୋଲି ଜଣାପଡିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ମେ ୧୮ ରୁ ମୁମ୍ବାଇରୁ ଆରମ୍ଭ ହେବ। ଏଥିରେ ଶାହାରୁଖଙ୍କ ସହ ଅଭିଷେକ ବଚ୍ଚନ, ସୁହାନା ଖାନ, ଅଭୟ ବର୍ମା, ଜୟଦୀପ ଅହଲାୱତ, ଅରଶଦ ୱର୍ସି ଆଦି ନଜର ଆସିବେ।
ପୂର୍ବରୁ ଦୀପିକା ତାଙ୍କର ଝିଅ ପାଇଁ ଏହି ଫିଲ୍ମରେ ନାୟିକା ଭାବେ ଅଭିନୟ କରିବାକୁ ମନା କରିଦେଇଥିଲେ। ଅବଶ୍ୟ ପରେ ସେ ଅତିଥି କଳାକାର ଭାବେ ଅଭିନୟ କରିବା ପାଇଁ ରାଜି ହୋଇ ଯାଇଥିଲେ। ଫିଲ୍ମ ସୁଟିଂରେ ଡେରି ହେବାରୁ ଏବେ ସେ ନାୟିକା ଭାବେ କାମ କରିବା ପାଇଁ ରାଜି ହୋଇଯାଇଥିବା ଜଣାପଡିଛି।