ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟ ଭଳି ଏଥର ମଧ୍ୟ ବେଶ ସରଗରମ ରହିଛି ମାହୋଲ । ତେବେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବା ନେଇ ବାରମ୍ବାର ଦାବି କରି ଆସୁଥିବାବେଳେ ଦିଦି ନିଜ ଜିଦରେ ମଧ୍ୟ ଅଟଳ ଅଛନ୍ତି । ତେବେ ଦିଦିଙ୍କୁ ପରାଜୟର ପରାଜୟ ଘାରିଥିବା ନେଇ ବିରୋଧୀମାନେ କଟାକ୍ଷ କରୁଥିବାବେଳେ ମମତା ମଧ୍ୟ ଆକ୍ଟିଭ୍ ହୋଇଛନ୍ତି । ଭୋଟିଂ ସମୟରେ ବୁଥରୁ ବୁଥ୍ ବୁଲୁଥିବା ଦେଖିବାକୁ ମିଳିଛି । ସକାଳୁ ଗୋଟିଏ ପରେ ଗୋଟିଏ ବୁଥ୍ ଭ୍ରମଣ କରିବା ପରେ ଶେଷରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମମତା । ଯେଉଁଥିରୁ କୁହାଯାଉଛି କି, ଟିଏମସି ସରକାର ଭୟଭୀତ ରହିଥିବାବେଳେ ନିଜର ଭିନ୍ନ ରଣନୀତି ଆପଣାଇଛି ।

ମମତା ସକାଳେ ପରମ୍ପରା ଭାଙ୍ଗି ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ତାଙ୍କୁ ଅନୁଧ୍ୟାନ କରିବା ସହ ନିଜେ ନିର୍ବାଚନ ମଣ୍ଡଳୀ ଗସ୍ତ କରିଥିଲେ । ମମତା ଭବାନୀପୁରର ଅନେକ ଗୁଡ଼ିଏ ବୁଥକୁ ବୁଲି ଦେଖିଥିଲେ । ଶେଷରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିବା ସହ ବର୍ଷିଥିଲେ ଦିଦି । ସେ କହିଥିଲେ କି, ଆମର ପତାକା ହଟାଯାଇଛି । ଆମ କାଉନସିଲରଙ୍କୁ ଧମକ ଦିଆଯାଇଛି । ଯେଉଁ କାରଣରୁ ସେ ଘରୁ ମଧ୍ୟ ବାହାରି ପାରିନାହାନ୍ତି । ଜାଣିଶୁଣି ଗୁଣ୍ଡାଗିରି କରାଯାଉଛି । ପ୍ରଶାସନ ସହାୟତାରେ ବିଜେପି ଏଠାରେ ଦମନଲୀଳା ଚଳାଇଛି । ବର୍ଡରରେ ଯେତିକି ଫୋର୍ସ ରହୁନାହାନ୍ତି ଏଠାରେ ନିୟୋଜିତ କରାଯାଇଛି ବୋଲି ମଧ୍ୟ କହିଛନ୍ତି ।

ସେପଟେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଟାର୍ଗେଟ କରି କହିଛନ୍ତି କି, ତାଙ୍କୁ କେହି ଭୋଟ ଦେଉନାହାନ୍ତି ଯାହା ତାଙ୍କୁ ବେଶ ନିରାଶ କରିଛି । ଦିଦି ବାହାରୁ ଲୋକ ଆଣି ଭୋଟରଙ୍କୁ ଭୟ ଦେଖାଉଛନ୍ତି । ମିଛରେ ନାଟକ କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଶୁଭେନ୍ଦୁ ।

 

ସେପଟେ ଆମେ ଯଦି ମମତାଙ୍କ ସମ୍ପର୍କରେ କହିବା ଏଥର ଯଦି ସେ ବିଜୟୀ ହୁଅନ୍ତି ତାହେଲେ ରେକର୍ଡ କରିବେ । ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସର୍ବାଧିକ ସମୟ ଶାସନ କରିବେ । ସେ ଏଥର ନିର୍ବାଚିତ ହେଲେ ଚତୁର୍ଥ ଥର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ । ତେବେ ମହିଳା ମୁଖ୍ୟମନ୍ତ୍ରୀ ଭାବେ ମାୟାବତୀ ମଧ୍ୟ ୪ ଥର ଦାୟିତ୍ବ ତୁଲାଇଛନ୍ତି । କିନ୍ତୁ ସେ ଲଗାତାର ଦାୟିତ୍ବ ନେଇନାହାନ୍ତି । ମମତା ୨୦୧୧, ୨୦୧୬, ୨୦୧୧ ବିଧାନସଭା ନିର୍ବାଚନରେ ବହୁମତ ସଂଗ୍ରହ କରି ସରକାର ଗଠନ କରିଛନ୍ତି । ଏଥର ଜିତିଲେ ରେକର୍ଡ କରିବେ । ଜିତିଲେ ଲଗାତାର ଚତୁର୍ଥଥର ସରକାର ଗଠନ କରି ମମତା ମୁଖ୍ୟମନ୍ତ୍ରୀ ହେବେ । ସେପଟେ ବିଜେପି ଦୃଢ଼ ଦାବି କରିଥିବାବେଳେ ବୁଥ ବାହୁଡ଼ା ମତ ଉପରେ ରହିଛି ସମଗ୍ର ଦେଶର ନଜର ।

ଏହାସହ ପଢ଼ନ୍ତୁ : ଭବାନୀପୁରରେ ଶୁଭେନ୍ଦୁ ଅଧିକାରୀଙ୍କୁ ଘେରିଲେ ଟିଏମ୍‌ସିର କର୍ମୀ, ଦେଲେ ‘ଜୟ ବଙ୍ଗଳା’ ନାରା, ଜବାରେ ବିଜେପିର ‘ଜୟ ଶ୍ରୀରାମ’