ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୁପରମାର୍କେଟରେ ଆଖିବୁଜା ଗୁଳିମାଡ଼; ୩ ମୃତ,୧୫ ଜଣ ଆହତ

Published By : Anindita Ratha | October 1, 2024 2:08 PM

ନୂଆଦିଲ୍ଲ,୦୧/୧୦: ସୁପରମାର୍କେଟ୍‌ ଭିତରେ ଆଖିବୁଜା ଛରାମାଡ଼ କଳେ ଦୁର୍ବୃତ୍ତ। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଚୀନ୍‌ର ଶାଂଘାଇରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ତେବେ ଗତକାଲି  ରାତିରେ ଚୀନ୍‌ରେ ଆଜିଠାରୁ  ଏକ ସପ୍ତାହ ଛୁଟି ସହ ୭୫ତମ ଜାତୀୟ ଦିବସ ପାଳନ କରିବା ନେଇ ପ୍ରସ୍ତୁତ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ଶାଂଘାଇରେ ଥିବା ଏକ ସୁପରମାର୍କେଟ ଓ୍ୱଲ୍‌ମାର୍ଟ ଭିତରକୁ ଜଣେ ଦୁର୍ବୃତ୍ତ ଛୁରୀ ଧରି ପଶିଥିଲେ। ଏହାପରେ ଲୋକଙ୍କ ଉପରକୁ ସେ ଅଖିବୁଜା ଛୁରାମାଡ଼ କରିଥିଲେ।ଯେଉଁଥିରେ ୩ ଜଣଙ୍କ ପ୍ରାଣ ଯାଇଥିଲା । ସେହିପରି ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସେପଟେ ପୋଲିସକୁ ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ୩୭ ବର୍ଷୀୟ ଲିନ୍‌। ପୋଲିସ କହିବା ମୁତାବକ,ଆକ୍ରମଣକାରୀ ଲିନଙ୍କ ବ୍ୟକ୍ତିଗତ ଆର୍ଥିକ ବିବାଦ ଲାଗି ରହିଥିଲା। ଏହାକୁ ନେଇ ସେ ସଂଘର୍ଷ କରୁଥିଲେ। ନିଜର କ୍ରୋଧକୁ ବାହାର କରିବା ପାଇଁ ସେ ଶାଂଘାଇ ଯାଇଥିଲେ। ତେବେ ଲିନ କେଉଁଠିକାର ସେ ନେଇଁ ପୁଲିସ ସୂଚନା ଦେଇନାହିଁ। ତେବେ ଗତ କିଛି ବର୍ଷ ମଧ୍ୟରେ ଚୀନ୍‌ରେ ସର୍ବସାଧାରଣ ସ୍ଥାନରେ ଛୁରାମାଡ଼ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଏହି ଆକ୍ରମଣକାରୀଙ୍କ ମଧ୍ୟରୁ ଅନେକ ମାନସିକ ବିକାରଗ୍ରସ୍ତ। ସେହିପରି ମେ' ମାସରେ ଚାଇନାର ୟୂନାନ ପ୍ରଦେଶର ଏକ ହସ୍ପିଟାଲରେ ଛୁରୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.