ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନ୍ୟାୟର ଦେବତା ମହାରାଜ ଶନିଙ୍କର ଗୋଚର ଆରମ୍ଭ ହୋଇଛି । ମଙ୍ଗଳବାର ଦ୍ବିପ୍ରହର ୧୨ଟା ୧୩ ମିନିଟରେ ଶନିଦେବ ନିଜ ସ୍ୱାମିତ୍ୱ ଥିବା ‘ଉତ୍ତର ଭାଦ୍ରପଦ’ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନକୁ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଫଳଦାୟକ ବୋଲି କୁହାଯାଏ । ଏହି ଗୋଚରର ଗଭୀର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବ, ତେବେ ବିଶେଷ କରି ୩ଟି ରାଶି ପାଇଁ ଧନ, ସମୃଦ୍ଧି ଓ ଭାଗ୍ୟର ଦ୍ୱାର ଖୋଲିବାର ସମ୍ଭାବନା ରହିଛି ।
ମିଥୁନ ରାଶି:
ମିଥୁନ ରାଶିର ଜାତକମାନଙ୍କ ପାଇଁ ଏହି ଗୋଚର ଖୁବ୍ ଶୁଭ ସଙ୍କେତ ନେଇ ଆସିଛି । ଦୀର୍ଘ ସମୟ ଧରି ଅଟକିଥିବା କାମ ସଫଳ ହେବ। ଆୟା ବଢ଼ିବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ । ଚାକିରି ପରିବର୍ତ୍ତନ ଭାବୁଥିବା ଲୋକଙ୍କୁ ଉଚ୍ଚ ବେତନ ସହିତ ନୂଆ ସୁଯୋଗ ମିଳିପାରେ। ଅନାବଶ୍ୟକ ଖର୍ଚ୍ଚ କମିବ ଏବଂ ପୈତୃକ ସମ୍ପତ୍ତିରୁ ଲାଭ ହେବାର ସମ୍ଭାବନା ରହିଛି ।
କର୍କଟ ରାଶି:
କର୍କଟ ରାଶିର ଜାତକମାନଙ୍କ ପାଇଁ ନ୍ୟାୟ ଦେବତାଙ୍କ ଏହି ଗୋଚର ଆୟର ନୂତନ ଦ୍ୱାର ଖୋଲିଦେବ। ବ୍ୟବସାୟରେ ବଡ଼ ଲାଭ ମିଳିବାର ସଙ୍କେତ ରହିଛି। ବିଦେଶରେ ଚାକିରି କିମ୍ବା କାମ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ।
ମକର ରାଶି:
ମକର ରାଶିର ବ୍ୟକ୍ତିଙ୍କ ପାଇଁ ଶନିଦେବଙ୍କ ବିଶେଷ କୃପା ରହିବ। ଆୟରେ ଭାରି ବୃଦ୍ଧି ହେବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ ଏବଂ ପୁରୁଣା ନିବେଶରୁ ଜବରଦସ୍ତ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ଲାଭ ସହିତ ପରିବାରରେ ଖୁସିର ପରିବେଶ ରହିବ। ସନ୍ତାନ ପକ୍ଷରୁ କୌଣସି ଶୁଭ ସମ୍ବାଦ ମିଳିପାରେ ଏବଂ ଆତ୍ମବିଶ୍ୱାସ ବଢ଼ିବ।