ପ୍ରମୂଖ ଖବର
  • ପୁରୀ ଶରଧାବାଲି ଦଳାଚକଟା ଘଟଣା : ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଦେଲେ ଉନ୍ନୟନ କମିଶନର
  • ||
  • ଟ୍ରମ୍ପଙ୍କ ‘ଭାରତର ମୃତ ଅର୍ଥନୀତି’ ମନ୍ତବ୍ୟକୁ ସମର୍ଥନ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ
  • ||
  • ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା ସମ୍ଭାବନା, ୨୦ ଜିଲ୍ଲା ଆଲର୍ଟ ଜାରି
  • ||
  • ଶରଧାବାଲି ଦଳାଚକଟା ଘଟଣା, ମୁଖ୍ୟମନ୍ତ୍ରୀ ରିପୋର୍ଟ ପ୍ରଦାନ କଲେ ଉନ୍ନୟନ କମିଶନ, ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ଅସଲ କାରଣ
  • ||
  • କଳାହାଣ୍ଡି : ନୂତନ ଧାନ ମଣ୍ଡିକୁ ବିରୋଧ; ତହସିଲଦାରଙ୍କୁ ଦାବିପତ୍ର ଦେଲେ ଶିଉନି ଗ୍ରାମବାସୀ
  • ||
  • ଜୟପୁରରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା
  • ||
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||

ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ସି-ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ

Published By : Manoj | July 31, 2025 8:40 AM

ଭୁବନେଶ୍ୱର,୩୧/୦୭: ବାଲେଶ୍ୱରରେ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ପରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଶିକ୍ଷାନୁଷ୍ଠାନରେ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଗ୍ରହଣ ଏବଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ  ସି-ବକ୍ସ ପାର୍ଟାଲ୍‌(https://shebox.wcd.gov.in/) ରେ ଅପଲୋଡ ପାଇଁ  କଡ଼ା ନିର୍ଦ୍ଦେଶ ଦେଇଛନ୍ତି । 

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିକଶିତ ସି-ବକ୍ସ ପୋର୍ଟାଲରେ ସମସ୍ତ ତଥ୍ୟ ଅପଲୋଡ୍‌ କରିବା ବାଧ୍ୟତାମୂଳକ । ପ୍ରତିଟି ଅଭିଯୋଗ ଏବଂ ତାହାର ତଦନ୍ତ ବିବରଣୀ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ । ଶିକ୍ଷାନୁଷ୍ଠାନ ବା କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ  ଏବଂ ପ୍ରତିକାର) ଆଇନ, ୨୦୧୩ ସମ୍ପର୍କିତ ସଚେତନତା ତଥ୍ୟ ଉଲ୍ଲେଖ ରହିବ । ଏହାସହ ଆଭ୍ୟନ୍ତରୀଣ କମିଟି (ଆଇସି) ବା ସ୍ଥାନୀୟ କମିଟିର ସମ୍ପୂର୍ଣ୍ଣ ବିବରଣୀ ପୋର୍ଟାଲରେ ଅପଲୋଡ୍‌ କରିବା ପ୍ରମୁଖ କାର୍ଯ୍ୟ ବୋଲି କୁହାଯାଇଛି । ଏଥିପାଇଁ ନୋଡାଲ୍‌ ଅଫିସର୍‌ ନିଯୁକ୍ତ କରିବା ସହ ସେମାନଙ୍କ ତଥ୍ୟ ସି-ବକ୍ସ ପୋର୍ଟାଲରେ  ଅପଲୋଡ୍‌ କରିବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସହ ଶିକ୍ଷାନୁଷ୍ଠାନର ବିଭିନ୍ନ  ବିବରଣୀ ଅଗଷ୍ଟ ୧ ତାରିଖ ସୁଦ୍ଧା ପୋର୍ଟାଲରେ ଅପଲୋଡ୍‌ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ସୂଚନାଯୋଗ୍ୟ, ନିକଟରେ ବାଲେଶ୍ୱର ଏଫଏମ୍‌ କଲେଜ ଛାତ୍ରୀ ଆତ୍ମଦାହ  ଘଟଣାରେ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । କଲେଜ, ବିଶ୍ୱବିଦ୍ୟାଳୟରେ କିଭଳି  ଭାବେ ନିର୍ଯାତନା ପ୍ରତିରୋଧ କରାଯିବ, ଏପରି ଅଭିଯୋଗ ଆସିଲେ ତ୍ୱରିତ ତଦନ୍ତ  କରି ସମାଧାନ କରାଯିବ ସେଥିପ୍ରତି ତତ୍ପରତା ପ୍ରକାଶ କରିଛି । ଆଇସିସି କମିଟି  ଗଠନ ହୋଇଛି କି ନାହିଁ? ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ? ୱେବସାଇଟ୍‌ କଲେଜ, ବିଶ୍ୱବିଦ୍ୟାଳୟ ନିଜର ସବିଶେଷ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତନ୍ନ ତନ୍ନ ଯାଞ୍ଚ  କରାଯାଉଛି । ସେହିପରି କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।  ସିସି ଟିଭି ସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଚିଠି ମଧ୍ୟ ହୋଇଛି । ସ୍ୱଚ୍ଛତାର  ସହ ଅଭିଯୋଗକୁ ଠିକ୍‌ ସମୟରେ ଶେଷ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ  ନିଦ୍ଦେର୍ଶ ଦେଇଛି । ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ମଧ୍ୟ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.