ଭୁବନେଶ୍ୱର ୨୯/୧୦: ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଶିଳ୍ପା ସେଠୀଙ୍କ ଫଟୋ ଉଠେଇବା ପ୍ରସଙ୍ଗ। ସମ୍ପୃକ୍ତ ସେବାୟତଙ୍କୁ ପଠାଯିବ କାରଣ ଦର୍ଶଆ ନୋଟିସ । କାହିଁକି ନିୟମ ଉଲଂଘନ କରିଲେ ମଗା ଯିବ ଉତ୍ତର । ୭ ଦିନ ମଧ୍ୟରେ ସମ୍ପୃକ୍ତ ସେବାୟତ ଦେବେ ଉତ୍ତର । ଉତ୍ତର ଦେବା ପରେ ତର୍ଜମା କରାଯିଇ ନିଆ ଯିବ କାର୍ଯ୍ୟାନୁଷ୍ଠାନର ନିଷ୍ପତି । ଏନେଇ ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରନାରାଣ ମହାନ୍ତିଙ୍କ ସୂଚନା।
ସେପଟେ ଲିଙ୍ଗରାଜ ମନ୍ଦିର ଭିତର ଫଟୋ ଉଠେଇବାକୁ ନେଇ ନିନ୍ଦା କଲେ ଅନ୍ୟ ସେବାୟତ। ମନ୍ଦିର ଭିତରେ ଫଟ ଉଠେବା ସେବାୟତଙ୍କ ଭୁଲ। ସେବାୟତମାନେ ନିୟମ ମାନିବା ଦରକାର । ଶିଳ୍ପା ସେଠୀ ନିୟମ ଜାଣିନାହାନ୍ତି କିନ୍ତୁ ତାଙ୍କ ସାଙ୍ଗରେ ଥିବା ସେବାୟତ ନିୟମ ଜାଣିଛନ୍ତି । ସେ ଅବଗତ କରାଇବା ଦରକାର । ସେବାୟତ ସଚେତନ ହେବା ଦରକାର । ଏମିତି ଘଟଣା ବାରମ୍ବାର ହେଉଛି । ମନ୍ଦିର ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି କହିଲେ ଲିଙ୍ଗରାଜ ମନ୍ଦିର ବ୍ରହ୍ମାଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି।