ଭୁବନେଶ୍ବର, ୩୦/୧୧: ସୋଆ ସାହିତ୍ୟ ମହାକୁମ୍ଭ-୨୦୨୫ ଶେଷ ହୋଇଛି । ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ମହାମହିମ ରାଜ୍ୟପାଳଙ୍କ ହରିବାବୁ କମ୍ଭମପାତିଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ୍ ହୋଇଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ସଙ୍ଗୀତକାର ପଦ୍ମବିଭୁଷଣ ଶ୍ରୀ ଜାଭେଦ ଆଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ଦିଆଯାଇଛି । ଏହି ଅବସରରେ ସେ ସାହିତ୍ୟ ଓ ସଙ୍ଗୀତକୁ ଅନେକ ମାର୍ଗ ଦର୍ଶନ କରିଛନ୍ତି । ଏହା ବ୍ଲକବଷ୍ଟର 'ସୋଲେ' ଫିଲ୍ମକୁ କିଛି ଅଜଣା କଥା ଲୋକଙ୍କ ସାମ୍ନାରେ ରହିଥିଲେ । ସେ କହିଥିଲେ, ସୋଲେର ଯେଉଁ ଭର୍ସନ ଆପଣମାନେ ଦେଖିଛନ୍ତି ତାହା ଅରିଜିନାଲ ନୁହେଁ । ସେଥିରେ କିଛି ଅଂଶ ବା ସିନେମାର କ୍ଲାଇମାକ୍ସ କାଟି ଦିଆଯାଇଛି  । ସେନସର ବୋର୍ଡ ଇସ୍ୟୁ ପାଇଁ ସିନେମାର ଶେଷ ସିନ୍‌କୁ ପୁଣି ଥରେ ସୁଟିଂ କରିବାକୁ ପଡିଥିଲା । ଆପଣ ଦେଖିବା ସିନେମାରେ ଗବର ଗିରଫ ହୋଇଛି, ମାତ୍ର ତାହା ଭୁଲ୍ । ଗବରକୁ ଠାକୁର ସାହେବ ମାରି ଦେଇଥିଲେ । ତାଙ୍କର କଣ୍ଟା ଯୋତାରେ ଦଳି ଦେଇଥିଲେ । ହେଲେ ସେନସର ବୋର୍ଡ ଏହାକୁ ସେତେବେଳେ ହିଂସାତ୍ମକ ଦୃଶ୍ୟ କହି କାଟି ଦେଇଥିଲେ । ମାତ୍ର ଜାନୁଆରୀରେ ଦେଖିବେ ଫିଲ୍ମର ଅସଲ ସିନ୍ । ଅନକଟ୍ 'ସୋଲେ'   

ଜାନୁଆରୀରେ ‘ସୋଲେ’ର ଅନକଟ୍ ଭର୍ସନ ରିଲିଜ୍ ହେବ । ଫିଲ୍ମ ପ୍ରସ୍ତୁତ ବେଳେ ରେକର୍ଡିଂ ହୋଇଥିବା ମୂଳ ଭର୍ସନକୁ ଲୋକେ ଦେଖିପାରିବେ ବୋଲି ଶ୍ରୀ ଜାଭେଦ ଅଖତର କହିଛନ୍ତି । ବେଳେବେଳେ କିଛି ଜିନିଷ ଠିକ୍ ଚାଲିଯାଏ । ମୋ ସହ ବି ସେମିତି ହୋଇଛି । ସୋଲେ’ର ଅନେକ ସଂଳାପ ଭଲ ହୋଇଛି ।

​​​​​​​

ସିନେମା ରୋଗ ନୁହେଁ, ରୋଗର ଲକ୍ଷଣ:

ସିନେମା ଏକ ରୋଗ ନୁହେଁ, ବରଂ ରୋଗର ଲକ୍ଷଣ। ସମାଜର ସବୁ ଗଡ଼ବଡ଼ ସିନେମାରୁ ଜଣାପଡ଼େ। ସିନେମା ହେଉ କି ବିଜ୍ଞାପନ, ଏହା ବାହାରୁ ଆସେନି। ସମାଜ ଭିତରୁ ଆସେ ଓ ସମାଜର ପ୍ରତିଫଳନ। ସମାଜ ବଦଳିବା ସହ ସିନେମା ବି ବଦଳିଥାଏ। ମୂଲ୍ୟବୋଧ ଅନୁସାରେ ସିନେମା ବି ବଦଳେ। ଦିନ ଥିଲା ଦେବଦାସ ସିନେମାକୁ ଲୋକେ ପସନ୍ଦ କରୁଥିଲେ। ଏହା ସେ ସମୟରେ ପ୍ରାସଙ୍ଗିକ ଥିଲା। କିନ୍ତୁ ଏବେ ସିନେମା ବଦଳିଛି।

ଜେନ୍ ଜେଡ୍‌ଙ୍କୁ ଭଲ ଗୀତ ଦିଆଯାଉନି:

ନବେ ଦଶକର ସଙ୍ଗୀତରେ ଏକ ଯାଦୁ ଥିଲା। ପ୍ରତିଟି ଶବ୍ଦ ଓ ବାକ୍ୟ ଜୀବନ୍ତ ଲାଗୁଥିଲେ। କିନ୍ତୁ ଏବେ କାହିଁକି ଏହା ଦେଖିବାକୁ ମିଳୁନି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଅଖ୍‌ତର କହିଛନ୍ତି, ମୋତେ ଦୁଃଖ ଲାଗୁଛି କି ଜେନ୍ ଜେଡ୍‌ଙ୍କୁ ଭଲ ଓ ଶୁଦ୍ଧ ମ୍ୟାଟେରିଆଲ ଦିଆଯାଉନି । ଚଳଚ୍ଚିତ୍ରର ମାର୍କେଟିଂ ବିଭାଗ ଭାବୁଛି ଭଲ ଗୀତକୁ ଏବେକାର ପିଢ଼ି ପସନ୍ଦ କରିବେନି। କିନ୍ତୁ ଏହା ଠିକ୍ ନୁହେଁ।

ଏବେ ସିନେମାରେ ‘ସ୍ୟାଡ୍ ସଙ୍ଗ’ ଆସୁନି:

ଏବେ ସିନେମାରେ ଆଉ ‘ସ୍ୟାଡ୍ ସଙ୍ଗ୍‌’ ଆସୁନି। ଆମେ ସରେଣ୍ଡର କରିବା ଛାଡ଼ି ଦେଇଛୁ। ଏହା ବାହାଦୂରି ନୁହେଁ। ନିଜ ଭିତରେ ନୀରିହତା ରହିବା ଜରୁରୀ। ଗୀତ ଲେଖିବା ବେଳେ ନିଜ ଭିତରେ ଶ୍ରଦ୍ଧା, ଆନ୍ତରିକତା ଭାବନା ରଖିବା ଦରକାର ବୋଲି ଶ୍ରୀ ଅଖ୍‌ତର କହିଛନ୍ତି ।