ନୂଆଦିଲ୍ଲୀ,୦୨/୦୫: ବର୍ତ୍ତମାନ ଏକ ଇନଷ୍ଟାଗ୍ରାମ ରିଲ୍‌କୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।  ରିଲ୍‌ରେ  ଏକ ଦୋକାନ ଭିତରେ ଏକ ସୂଚନା ଦେଖିବାକୁ ମିଳିଛି, ଯାହା ତୁର୍କୀର ଇସ୍ତାନବୁଲର ବୋଲି କୁହାଯାଉଛି । ଏହି ସୂଚନା ସ୍ପଷ୍ଟ ଭାବେ ଦକ୍ଷିଣ ଏସୀୟ ଗ୍ରାହକଙ୍କୁ ନଜରରେ ରଖି ଉଲ୍ଲେଖ ହୋଇଛି । ଏହାକୁ ନେଇ ସାଂସ୍କୃତିକ ସମ୍ବେଦନଶୀଳତା, ମାର୍କେଟିଂ ରଣନୀତି ଓ ବୈଶ୍ୱିକ ପର୍ଯ୍ୟଟନ ସ୍ଥଳୀରେ ଅନ୍ତର୍ଭୁକ୍ତୀକୁ ନେଇ ବିତର୍କ ତେଜିଛି । ସେହିପରି ଭିଡିଓକୁ ୩୦ ଲକ୍ଷରୁ ଅଧିକ ୟୁଜର୍‌ ଦେଖିସାରିଲେଣି । 

ଏହା ମଧ୍ୟ ପଢନ୍ତୁ-  କାହିଁକି ପାକିସ୍ତାନ ଫେରିପାରିବେନି ସୀମା ହାଇଦର? ଜାଣନ୍ତୁ କ’ଣ ରହିଛି ନିୟମ..

ତେବେ ରିଲ୍‌ରେ ପ୍ରଥମେ ଦୋକାନର ଆଭ୍ୟନ୍ତର ଡିଜାଇନ୍‌ ବିସ୍ତୃତ ଭାବେ ପ୍ରଦର୍ଶିତ ହୋଇଛି । ତା’ପରେ ଚେକ୍‌ଆଉଟ୍‌ କାଉଣ୍ଟର୍‌ ନିକଟରେ ସ୍ଥିତ ଏକ ସୂଚନା ଉପରେ ଫୋକସ୍‌ କରାଯାଇଛି । ଏଥିରେ ଗାଢ୍‌ ରଙ୍ଗର ପ୍ରିଣ୍ଟ୍‌ରେ ଉଲ୍ଲେଖ ହୋଇଛି ‘ଭାରତ, ପାକିସ୍ତାନ ଓ ବାଂଲାଦେଶ ଭାଇମାନେ ଦୟାକରି ରିହାତି ମାଗନ୍ତୁ ନାହିଁ ।’ରିଲ୍‌ରେ କ୍ୟାପ୍‌ସନ ରହିଛି ‘ଇସ୍ତାନବୁଲରେ ଖାସ୍‌କରି ଦକ୍ଷିଣ ଏସୀୟ ଲୋକଙ୍କ ପାଇଁ ମୁଁ ଏକ ‘ନୋ ଡିସ୍‌କାଉଣ୍ଟ୍‌’ନୋଟିସ୍‌ ଦେଖିଲି ।’ ଏହାକୁ ନେଇ ୟୁଜର୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।