ସୁବର୍ଣ୍ଣପୁର,୦୩/୧୨: କାର୍ଯ୍ୟଳୟରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା ।  କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ ।  ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରୁ ଏହି ଖବର ସାମ୍ନାକୁ ଆସିଛି।  ସୂଚନା ମୁତାବକ,  ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଉପବଜାର ପ୍ରାଙ୍ଗଣ ଶୁଖାକୁ ଜିଲ୍ଲାପାଳ ଡ. ନୃପରାଜ ସାହୁ ଅଚାନକ ପରିଦର୍ଶନରେ ଯାଇଥିଲେ।  କିନ୍ତୁ ସେଠିକୁ ଯାଇ ଦେଖିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଶାସ୍ତ୍ରୀଳା ସାହୁ ଓ ଅନ୍ୟ ଜଣେ କର୍ମଚାରୀ ସୁରେଶ କୁମାର ପୁଟେଲ ସିଟରେ  ଅନୁପସ୍ଥିତ ଥିଲେ। ସେମାନେ କୌଣସି ଉପରିସ୍ଥ କର୍ମଚାରୀଙ୍କୁ  ନ ଜଣାଇ ଅନୁପସ୍ଥିତ ଥିଲେ। ତେଣୁ ସେମାନଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । 

​​​​​​​