ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ଶ୍ରଦ୍ଧା ମିଶ୍ରା 'ସା ରେ ଗା ମା ପା' ବିଜେତା, ଜିତିଲେ ଟ୍ରଫି ସହ ୧୦ ଲକ୍ଷ କ୍ୟାସ୍

Published By : Ankita S | January 19, 2025 9:50 AM

ମୁମ୍ବାଇ,୧୯/୧: ପପୁଲାର ସିଙ୍ଗିଙ୍ଗ୍ ରିୟାଲିଟି ଶୋ 'ସା ରେ ଗା ମା ପା ୨୦୨୪'କୁ ତାର ବିଜେତା ମିଳିଛି । ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଆଗ୍ରାର ଶ୍ରଦ୍ଧା ମିଶ୍ରା । ରୋମାଞ୍ଚକ ଦମଦାର ମୁକାବିଲା ପରେ ଟ୍ରଫି ହାତେଇଛନ୍ତି ଶ୍ରଦ୍ଧା । ଟ୍ରଫି ସହ ଶ୍ରଦ୍ଧାଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ସଫଳତା ପରେ ସ୍ବପ୍ନ ସାକାର ହୋଇଥିବା କହିବା ସହ ସମସ୍ତ ବିଚାରକ ଓ ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରଦ୍ଧା ମିଶ୍ରା ।

ସା ରେ ଗା ମା ପା ଶୋର ଆରମ୍ଭରୁ ମୋଟ ୧୨ ଜଣଙ୍କୁ ସିଲେକ୍ଟ କରାଯାଇଥିଲା । ଏମାନଙ୍କ ମଧ୍ୟ ପ୍ରତିଯୋଗିତା ହୋଇଥିଲା । ସମସ୍ତେ ନିଜ ସଙ୍ଗୀତର ଯାଦୁ ଦେଖାଇଥିଲେ । ରୋମାଞ୍ଚକର ମୁକାବିଲା ହୋଇଥିଲା । ମାତ୍ର ସମସ୍ତଙ୍କୁ ପଛ ପକାଇ ବାଜି ମାରି ନେଇଛନ୍ତି ଆଗ୍ରାର ଶ୍ରଦ୍ଧା ମିଶ୍ରା । ପୁରସ୍କାର ରାଶି ବାବଦରେ ୧୦ ଲକ୍ଷ ଟଙ୍କା ଓ ଟ୍ରଫି ଶ୍ରଦ୍ଧାଙ୍କୁ ପ୍ରଦାନ କରାଯାଇଛି । ଶୋ ଚାଲିଥିବା ସମୟରେ ହିଁ ଶ୍ରଦ୍ଧା ସଚିନ୍ -ଜିଗରଙ୍କ ସହିତ ଏକ ଗୀତ ମଧ୍ୟ ରେକର୍ଡ କରିଛନ୍ତି । ଏହା ପରେ ସେ ହିଁ ବିଜେତା ଏକ ପ୍ରକାର ନିଶ୍ଚିନ୍ତ ଥିଲା । ମିଳିଥିବା ପୁରସ୍କାର ରାଶିରେ ମୋର ଏକ ଷ୍ଟୁଡିଓ କରିବା ସହି ବାପାଙ୍କ ଗୋଡର ଚିକିତ୍ସା କରିବି ବୋଲି କହିଛନ୍ତି ଶ୍ରଦ୍ଧା ମିଶ୍ରା ।

ଏହା ବି ପଢ଼ନ୍ତୁ...ହାତକୁ ଦୁଇ ହାତ ହେଲେ ବଲିଉଡ୍ ଗାୟକ ଦର୍ଶନ ରାୱଲ, ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ


ଦ୍ବିତୀୟ ଓ ତୃତୀୟରେ କିଏ- ଶ୍ରଦ୍ଧା ମିଶ୍ରା ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ବିତୀୟ ସ୍ଥାନରେ କୋଲକାତାର ଶୁଭଶ୍ରୀ ଦେବନାଥ ରହିଥିବାବେଳେ ତୃତୀୟ ସ୍ଥାନରେ ଉଜ୍ବଲ ମୋନିରାମ ଗଜଭର ରହିଛନ୍ତି । ଉଭୟଙ୍କୁ ଟ୍ରଫି ସହ ୫ ଲକ୍ଷ ଲେଖାଏଁ କ୍ୟାସ ପ୍ରାଇଜ ପ୍ରଦାନ କରାଯାଇଛି । ଶନିବାର ସା ରେ ଗା ମା ପା ୨୦୨୪ର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ କ୍ରିକେଟର ହରଭଜନ ସିଂହ, ବଲିଉଡ ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣ, କବିତା କିଷ୍ଣାମୂର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.