ମ,ରାମପୁର ୦୨/୦୫: ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ମ,ରାମପୁର ଅଞ୍ଚଳରେ ଖୁସିର ମାହୋଲ। ଏଥିରେ ଶ୍ରୀୟାଂଶି ସାହୁ ୫୮୨ ମାର୍କ ରଖି ଜିଲ୍ଲା ଟପ୍ପର ହେଇଛନ୍ତି। ସେ ମୁଖୀ ଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲେ। ମ,ରାମପୁରର ଝିଅ ଶ୍ରୀୟାଂଶିଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଉଠିଛି । ସେ ଏହି ସଫଳତା ପାଇଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମୁଖିଗୁଡାର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ, ଗୁରୁଜୀ ଗୁରୂମାଙ୍କୁ ପ୍ରଦାନ କରିଛନ୍ତି। ମ,ରାମପୁର ନିବାସୀ ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ସାହୁଙ୍କ ବଡ଼ଝିଅ ତଥା ସାମ୍ବାଦିକ ହେମନ୍ତ ସାହୁଙ୍କ ଝିଆରୀ ଶ୍ରୀୟାଂଶି ନିଜର ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛନ୍ତି ଏବଂ ଏହାର ଶ୍ରେୟ ମୋର୍ ଗୁରୁଜନଙ୍କୁ ଅର୍ପଣ କରୁଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଶଶି ଥରୁରଙ୍କୁ ଅପମାନ କରୁଛି ଦଳ...କେରଳର ପୂର୍ବତନ କଂ...