ନୂଆଦିଲ୍ଲୀ,୧୭/୦୧: ନ୍ୟୁଜିଲାଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳରେ ବ୍ୟାଟର ଶ୍ରେୟସ ଆୟର ଓ ଲେଗ୍ ସ୍ପିନର୍ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଛି । ଆହତ ଯୋଗୁଁ ପୂରା ସିରିଜରୁ ବାଦ ପଡିଛନ୍ତି ଅଲରାଉଣ୍ଡର ୱାସିଂଟନ ସୁନ୍ଦର । ତାଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ଦଳରେ ସ୍ଥାନ ମିଳିଛି । ପ୍ରାୟ ୨ ବର୍ଷ ପରେ ଶ୍ରେୟସ ଆୟରଙ୍କର ଟି-ଟ୍ୱେଣ୍ଟି ଦଳରେ କମବ୍ୟାକ ହୋଇଛି ।

ୱାସିଂଟନ ସୁନ୍ଦରଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସ୍ଥାନ ମିଳିଛି । ସେହିଭଳି ସମାନ କାରଣ ପାଇଁ ପ୍ରଥମ ୩ ଟ୍ୱେଣ୍ଟି-୨୦ରୁ ବାଦ୍ ପଡିଥିବା ତିଲକ ବର୍ମାଙ୍କ ସ୍ଥାନ ନେଇଛନ୍ତି ଶ୍ରେୟସ ଆୟର । ବିଷ୍ଣୋଇ ୪୨ଟି ଟି-ଟ୍ୱେଣ୍ଟି ଖେଳି ୬୧ଟି ୱିକେଟ ନେଇଛନ୍ତି । ଶେଷ ଥର ଲାଗି ରବି ଗତବର୍ଷ ଫେବ୍ରୃଆରୀରେ ଇଂଲଣ୍ଡ ବିପକ୍ଷରେ ଖେଳଥିଲେ । ଟ୍ୱେଣ୍ଟି-୨୦ ଶୃଙ୍ଖଳା ଚଳିତ ମାସ ୨୧ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବ । ଆୟର କେବଳ ପ୍ରଥମ ୩ଟି ଟି-ଟ୍ୱେଣ୍ଟି ପାଇଁ ସ୍ଥାନ ପାଇଛନ୍ତି । ଯଦି ତିଲକ ସୁସ୍ଥ ନ ହୁଅନ୍ତି ତେବେ ଆୟର ବାକି ୨ଟି ମ୍ୟାଚ ବି ଖେଳିବେ । ବ୍ୟାଟର ଶ୍ରେୟସ ଆୟର ୨ ବର୍ଷ ପରେ ଭାରତୀୟ ଟି-ଟ୍ୱେଣ୍ଟି ଦଳକୁ ଫେରିଛନ୍ତି । ସେ ଶେଷ ଥର ପାଇଁ ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିଥିଲେ । ଏଯାବତ ଆୟର ୫୧ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳି ୩୦.୬୬ ହାରରେ ୧୧୦୪ ରନ୍ କରିଛନ୍ତି । ଯେଉଁଥିରେ ୮ ଅର୍ଦ୍ଧଶତକ ରହିଛି । ଯଦି ତିଲକ ସୁସ୍ଥ ନହୁଅନ୍ତି ତେବେ ଆୟର ଟି-ଟ୍ୱେଣ୍ଟି ବିଶ୍ୱକପ ଟିମ୍‌ରେ ବି ସାମିଲ ହୋଇପାରନ୍ତି । ଆହତ ୱାସିଟଂନ ସୁନ୍ଦର ଏବଂ ତିଲକ ବର୍ମା ହୁଏତ ଟି-ଟ୍ୱେଣ୍ଟି ବିଶ୍ୱକପ ମଧ୍ୟ ଖେଳି ନପାରନ୍ତି ।
​​​​​​​

ଏହି ଖବରଟିକୁ ପଢନ୍ତୁ...​​​​​​​ ଟି-ଟ୍ୱେଣ୍ଟି ସିରିଜ୍‌ରୁ ୱାସିଂଟନ ସୁନ୍ଦର ଆଉଟ୍, ବିଶ୍ୱକପ ନଖେଳିବା ଆଶଙ୍କା


ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ- ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶାନ (ଉଭୟ ୱିକେଟକିପର), ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂ, ଯଶପ୍ରୀତ ବୁମରା, ହର୍ଷିତ ରାଣା, ଅର୍ଶଦୀପ ସିଂହ, କୁଳଦୀବ ଯାଦବ, ବରୁଣ ଚକ୍ରବର୍ତ୍ତୀ ଓ ରବି ବିଷ୍ଣୋଇ ।