ନୂଆଦିଲ୍ଲୀ,୧୯/୦୪; ଟିମ୍ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ୍ ଟ୍ରଫି ଜିତିଛି । ପରବର୍ତ୍ତୀ ବିଶ୍ୱକପ୍ ଆଉ ଦୁଇ ବର୍ଷ ଦୂରରେ, ଏବଂ ବିସିସିଆଇ ସେହି ଇଭେଣ୍ଟ ଉପରେ ଧ୍ୟାନ ଦେବ । ୨୦୨୪ ଟି୨୦ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଥିଲା ଏବଂ ପରବର୍ତ୍ତୀ ଟୁର୍ଣ୍ଣାମେଣ୍ଟ ପାଇଁ ସମାନ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ୨୦୨୬ ଟି୨୦ ବିଶ୍ୱକପ୍ ଜିତିଥିଲା, କିନ୍ତୁ ଏବେ ସେ ଦଳରୁ ବାଦ ପଡ଼ିପାରନ୍ତି । ଶ୍ରେୟାସ ଆୟର ପରବର୍ତ୍ତୀ ଅଧିନାୟକ ହେବା ନେଇ ଦାବିଦାର ଭାବେ ବିବେଚନା କରାଯାଉଛି । ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ଆସୁଛି ।

ଟିମ୍ ଇଣ୍ଡିଆର ଅଧିନାୟକ ଭାବରେ ସୂର୍ଯ୍ୟକୁମାର ଯାଦବଙ୍କର ଏକ ପ୍ରଭାବଶାଳୀ ରେକର୍ଡ ଅଛି । ତଥାପି, ସେ ଲଗାତାର ବ୍ୟାଟ୍ ସହିତ ସଂଘର୍ଷ କରିଛନ୍ତି ଏବଂ ବର୍ତ୍ତମାନ ଆଇପିଏଲରେ ସ୍କୋର କରିବାକୁ ସଂଘର୍ଷ କରୁଛନ୍ତି । ଏହା ଗୌତମ ଗମ୍ଭୀର ଏବଂ ଚୟନ କମିଟି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇଛି । ସୂର୍ଯ୍ୟକୁମାର ଯାଦବ ଭାରତୀୟ ଟି-୨୦ ଦଳରେ ୪ ନମ୍ବରରେ ଖେଳୁଛନ୍ତି, କିନ୍ତୁ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବିସିସିଆଇର ଏକ ସୂତ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛି ଯେ, ୪ ନମ୍ବରରେ ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟାସ ଆୟର ସବୁଠାରୁ ଆଗରେ ଅଛନ୍ତି । ଆୟର ୪ ନମ୍ବରରେ ଅସାଧାରଣ ଭାବରେ ଭଲ ବ୍ୟାଟିଂ କରୁଛନ୍ତି ।

ଶ୍ରେୟାସ ଆୟର କେକେଆରକୁ ତୃତୀୟ ଥର ପାଇଁ ଆଇପିଏଲ ଟ୍ରଫି ଦେଇଥିଲେ । ସେ ପଞ୍ଜାବ ଏବଂ ଡିସିର ଅଧିନାୟକ ଭାବରେ ମଧ୍ୟ ଭଲ ସ୍ଥିତିରେ ପହଞ୍ଚାଇଛନ୍ତି । ରିପୋର୍ଟ ଆସୁଛି କି  ଯଦି ସୂର୍ଯ୍ୟକୁମାର ଯାଦବ ଖରାପ ପ୍ରଦର୍ଶନ ପାଇଁ ଦଳରୁ ବାଦ ଦିଆଯାଏ, ତେବେ ଶ୍ରେୟାସ ଆୟର ଟି-୨୦ ଅଧିନାୟକ ହୋଇପାରନ୍ତି  । ଶ୍ରେୟାସ ଆୟରଙ୍କ ମାମଲା ବିଷୟରରେ ବିସିସିଆଇର ଏକ ସୂତ୍ର କହିଛନ୍ତି, "ଶ୍ରେୟାସ ଆୟର ଶେଷ ଥର ପାଇଁ ୨୦୨୩ରେ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ବର୍ତ୍ତମାନର ଟି-ଟ୍ୱେଣ୍ଟି ଦଳରେ ସାମିଲ ନାହାନ୍ତି । ତାଙ୍କୁ ପୁନର୍ବାର ଡାକି ସିଧାସଳଖ ଅଧିନାୟକ କରିବା ଏକ ପ୍ରମୁଖ ନିଷ୍ପତ୍ତି ହେବ । ବର୍ତ୍ତମାନ ଧ୍ୟାନ ୨୦୨୭ ଦିନିକିଆ  ବିଶ୍ୱକପ୍ ଉପରେ । ତେଣୁ, ଚୟନକର୍ତ୍ତାଙ୍କ ପାଖରେ ଟି-ଟ୍ୱେଣ୍ଟି ଦଳରେ ପରିବର୍ତ୍ତନ କରିବାର ସୁଯୋଗ ଅଛି । "

​​​​​​​ଏହା ବି ପଢନ୍ତୁ...ଅଜିତ୍ ଅଗରକରଙ୍କ କଣ୍ଟ୍ରାକ୍ଟ ବଢାଇବ ବିସିସିଆଇ, ଜାଣନ୍ତୁ କେତେ ଦିନ ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ରହିବେ ? 

​​​​​​​