ନୂଆଦିଲ୍ଲୀ,୧୯/୦୪; ନିକଟରେ ଏକ ରିପୋର୍ଟ ଆସିଥିଲା ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଅଜିତ୍ ଅଗରକର ବିସିସିଆଇକ କାର୍ଯ୍ୟକାଳ ବଢାଇବାକୁ ଅନୁରୋଧ କରିଥିଲେ । ଏହା ପ୍ରଥମ ଥର ନୁହେଁ ଯେ, ଅଗରକର ବିସିସିଆଇକୁ ଏପରି ଅନୁରୋଧ କରିଥିଲେ ପୂର୍ବରୁ ସେ ଚୁକ୍ତି ବଢାଇ ସାରିଛନ୍ତି । ବର୍ତ୍ତମାନ ଟିମ୍ ଇଣ୍ଡିଆ ସହିତ ସେ ତାଙ୍କର ଚୁକ୍ତି ଜୁନ୍ ୨୦୨୬ ପର୍ଯ୍ୟନ୍ତ ରହିବେ । କିନ୍ତୁ ଏକ ରିପୋର୍ଟ ଆସିଛି ଯେ, ବିସିସିଆଇ ତାଙ୍କ ଚୁକ୍ତିକୁ ଗୋଟିଏ ବର୍ଷା ପାଇଁ ବଢାଇବ । ଫଳରେ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ରହିବେ ଅଜିତ୍ ଅଗରକର ।
ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଗରକରଙ୍କ ଚୁକ୍ତିନାମା ଜୁନ୍ ୨୦୨୭ ପର୍ଯ୍ୟନ୍ତ ଗୋଟିଏ ବର୍ଷ ବଢିବ । ଆସନ୍ତାବର୍ଷ ଅକ୍ଟୋବର ଏବଂ ନଭେମ୍ବରରେ ଦିନିକିଆ ବିଶ୍ୱକପ ହେବାକୁ ଯାଉଥିବାରୁ ବିସିସିଆଇ ନିଷ୍ପତ୍ତି ନେଇ ଅଗରକରଙ୍କୁ ଦୀର୍ଘ ସମୟ ପାଇଁ ରଖିବାକୁ ଆଗ୍ରହ ପ୍ରକାଶ କରିଛି । ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ଦଳ ସୁଗମ ଭାବରେ ପରିବର୍ତ୍ତନ ହୋଇଛି । ସେ ନିର୍ଭୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ବୋର୍ଡ ଅନୁଭବ କରୁଛି କି ତାଙ୍କୁ ରହିବା ଦରକରା । ଆଇପିଏଲ ମ୍ୟାଚ୍ ସମୟରେ ବିସିସିଆଇ ଅଧିକାରୀମାନେ ତାଙ୍କ ସହିତ କଥା ହୋଇ ଅପଡେଟ୍ ପ୍ରଦାନ କରିବେ । ବୋର୍ଡ ନିରନ୍ତରତା ଏବଂ ଅଭିଜ୍ଞତା ଚାହୁଁଥିଲାସ ବିଶେଷ କରି ଦୁଇ ଚୟନକର୍ତ୍ତା, ଆର.ପି ସିଂହ ଏବଂ ପ୍ରଜ୍ଞାନ ଓଝା ଗୋଟିଏ ବର୍ଷ ପୁରଣ କରିନାହାନ୍ତି ।
ଏହା ବି ପଢନ୍ତୁ...IPLର ସବୁଠାରୁ ଖରାପ ଅଧିନାୟକ ! ଜାଣନ୍ତୁ ୪୪ ମ୍ୟାଚରୁ କେତେ ଜିତିଛନ୍ତି
🚨 AJIT AGARKAR CONTRACT EXTENDED. 🚨
— Mufaddal Vohra (@mufaddal_vohra) April 19, 2026
- The BCCI has extended Ajit Agarkar’s contract till June 2027. 📑
Agarkar’s initial contract expires in June this year. (Express Sports). pic.twitter.com/dwxyflb8ud
ଚିଫ୍ ସିଲେକ୍ଟର ଭାବେ ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳ- ଅଗରକର ଜୁନ୍ ୨୦୨୩ ମସିହାରୁ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ୩ଟି ଆଇସିସି ଟାଇଟଲ ଜିତିଛି । ଦୁଇଟି ଟି-ଟ୍ୱେଣ୍ଟି ବିଶ୍ୱକପ ଏବଂ ଗୋଟିଏ ଚାମ୍ପିଅନ୍ସ ଟ୍ରଫି । ଟେଷ୍ଟ ଫଳାଫଳ ଆଶାନୁରୂପ ହୋଇନାହିଁ । ଭାରତ ଘରୋଇ ସ୍ତରରେ କ୍ରମାଗତ ଦୁଇଟି ସିରିଜ ହାରିଛି । ଏବଂ ବିଦେଶରେ ବର୍ଡର-ଗାଭାସ୍କର ଟ୍ରଫି ମଧ୍ୟ ହାରିଛି । ଏହା ହ୍ୱାଇଟ୍ ବଲ କ୍ରିକେଟର ସଫଳତାକୁ କିଛିଟା ଧୂଳିସାତ୍ କରିଛି । ଯେଉଁଠାରେ ଭାରତ ୩୩ ମ୍ୟାଚ୍ ମଧ୍ୟରୁ କେବଳ ଦୁଇଟି ହାରିଛି । ୨୦୨୩ ଏବଂ ୨୦୨୫ ଏସିଆ କପ୍ ମଧ୍ୟ ଜିତିଛି ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଭାରତ ୩ଟି ଫର୍ମାଟରେ ପରିବର୍ତ୍ତନ ଏକ ସମୟ ଦେଖିଛି । ଟେଷ୍ଟ, ଦିନିକିଆ ଏବଂ ଟି-ଟ୍ୱେଣ୍ଟି । ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନ ଏବଂ ବିରାଟ କୋହଲିଙ୍କ ପରି ଅଭିଜ୍ଞ ଖେଳାଳିମାନେ ଅତି କମରେ ଅବସର ଘୋଷଣା କରିଛନ୍ତି । କୋହଲି ଏବଂ ରୋହିତ କେବଳ ଦିନିକିଆ ଖେଳୁଛନ୍ତି । ରୋ-କୋ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ ନା ନାହିଁ ତାହା ପ୍ରମୁଖ ପ୍ରଶ୍ନ ହୋଇ ରହିଛି ।