ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଓ ଉପ-ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ

Published By : Prameya | October 20, 2024 8:56 AM

ନୂଆଦିଲ୍ଲୀ,୨୦/୧୦: ରବିବାର ଠାରୁ ୨୬  ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ  ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି  ତାଙ୍କ ଗସ୍ତର ଉଦ୍ଦେଶ୍ୟ । ପ୍ରଥମେ ସେ ଦୁଇଦିନିଆ  ସିଙ୍ଗାପୁର ଗସ୍ତରେ ରହିବେ । ରବିବାର ସେ ପ୍ରବାସୀ  ଭାରତୀୟଙ୍କୁ ସମ୍ବୋଧନ କରିବେ । ସୋମବାର ସେ  ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗ, ଉପପ୍ରଧାନମନ୍ତ୍ରୀ  ଗନ କିମ୍‌ ୟୋଙ୍ଗ, ଶିକ୍ଷାମନ୍ତ୍ରୀ ଚାନ୍‌ ଚୁନ ସିଙ୍ଗ ଏବଂ  ବିଦେଶ ମନ୍ତ୍ରୀ ଭିଭିଆନ ବାଲିକ୍ରିଷ୍ଣନଙ୍କୁ ଭେଟି  ଆଲୋଚନା କରିବେ । ସେ ସିଙ୍ଗାପୁର ଜାତୀୟ  ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିବା ସହ ସ୍ଥାନୀୟ  ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ  କରିବେ । ଏଥିସହ ସେ ଆଇଆଇଟି ଓ ଆଇଆଇଏମ୍‌ର  ପ୍ରତିନିଧି ଓ ଶିକ୍ଷାବିତଙ୍କୁ ଭେଟି ଦୁଇଦେଶର ଶିକ୍ଷା  ବ୍ୟବସ୍ଥା ବିଷୟରେ ଆଲୋଚନା କରିବେ । 

ସେହିଭଳି ୩ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଆସନ୍ତା  ୨୩ ତାରିଖରେ ସେ ମେଲବୋର୍ଣ୍ଣ ଠାରେ ସେଠାକାର  ଶିକ୍ଷାମନ୍ତ୍ରୀ ଜାସୋନ କ୍ଲାରଙ୍କ ସହିତ ଦ୍ୱିପାକ୍ଷିକ  ଆଲୋଚନା କରିବେ । ଏହି ଅବସରରେ ସେ ଅଷ୍ଟ୍ରେଲିଆ  ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ଉଦ୍‌ବୋଧନ ଦେବେ । ଆରଏମ୍‌ଆଇଟି ବିଶ୍ୱବିଦ୍ୟାଳୟର ‘ଡିସ୍‌କଭରୀ ଟୁ  ଡିଭାଇସ୍‌’ କେନ୍ଦ୍ର ଏବଂ ମୋନାସ ବିଶ୍ୱବିଦ୍ୟାଳୟ  ପରିଦର୍ଶନ କରିବେ । ସେଠାରେ ସେ ଶିକ୍ଷାବିତ୍‌ ଓ  ବିଶେଷଜ୍ଞଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ  ରହିଛି । 

୨୪ ତାରିଖରେ ସେ ସିଡ୍‌ନୀ ଠାରେ ଅବୁର୍ଣ୍ଣ ଲଙ୍ଗ  ଡେ ଚାଇଲ୍ଡ କେୟାର ସେଣ୍ଟର ଯିବେ । ଇନୋଭେଟିଭ  ରିସର୍ଚ୍ଚ ୟୁନିର୍ଭର୍ସିଟିର ପ୍ରତିନିଧିଙ୍କ ସହ ଭାବ ବିନିମୟ  କରିବେ ଏବଂ ଦ୍ୱିତୀୟ ଅଷ୍ଟ୍ରଲିଆ-ଭାରତ ଶିକ୍ଷା ଓ  ଦକ୍ଷତା ପରିଷଦରେ ସାମିଲ ହେବେ । 

୨୫ ତାରିଖରେ  ସେ ଗ୍ରାନଭିଲେ ସାଉଥ କ୍ରିଏଟିଭ୍‌ ଆଣ୍ଡ ପରଫର୍ମିଂ ଆର୍ଟସ  ହାଇସ୍କୁଲ ପରିଦର୍ଶନ କରିବେ । ଏଥିସହ ମାକ୍ୱାରି ପାର୍କ ଇନୋଭେସନ ଡିଷ୍ଟ୍ରିକ୍ଟ (ଏମ୍‌ପିଆଇଡି) ବୁଲି ଯିବେ ।  ଏମ୍‌ପିଆଇଡି ହେଉଛି ୧୮୦ ବହୁରାଷ୍ଟ୍ରୀୟ କମ୍ପାନିର  କେନ୍ଦ୍ର । ସେଠାରେ ଟେଲିକମ୍ୟୁନିକେସନ, ଡିଜିଟାଲ  ଇଣ୍ଡଷ୍ଟ୍ରିଜ, ମେଡିକାଲ ଟେକ୍ନୋଲୋଜି ଓ ଫାର୍ମାସ୍ୟୁଟିକାଲ୍ସ  ଭଳି ଅନେକ କମ୍ପାନି ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.