କୋଲକାତା : ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରି ସରକାର ଗଠନ କରିଥିବା ସିଏମ୍ ଶୁଭେନ୍ଦୁ ସରକାର ନିରନ୍ତର ବଡ଼ ନିଷ୍ପତ୍ତି ସବୁ ନେଉଛନ୍ତି। ଏହି କ୍ରମରେ ପଶ୍ଚିମବଙ୍ଗରେ ଶନିବାର ମମତାଙ୍କ କାର୍ଯ୍ୟକାଳରେ ନିର୍ମିତ ଏକ ଷ୍ଟାଚ୍ୟୁକୁ ହଟେଇ ଦିଆ ଯାଇଛି। ଏହି ଷ୍ଟାଚ୍ୟୁ ସାଲ୍ଟ ଲେକ୍ ଷ୍ଟାଡିୟମ ବାହାରେ ତିଆରି କରାଯାଇ ଥିଲା। ଏହି ନିଷ୍ପତ୍ତି , ପଶ୍ଚିମବଙ୍ଗର ଖେଳ ମନ୍ତ୍ରୀ ନିସିଥ ପ୍ରମାଣିକଙ୍କ ମନ୍ତବ୍ୟ ପରେ ଆସିଛି। ଏବି ମନ୍ତବ୍ୟରେ ନିଶୀଥ ଷ୍ଟାଡିୟମରେ ସୁବିଧା ଗୁଡ଼ିକୁ ବଢାଇବାକୁ ଘୋଷଣା କରି ଥିଲେ।
ଏହି ସମୟରେ ପ୍ରମାଣିକ ଏହି ଷ୍ଟାଚ୍ୟୁର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଏହି ଷ୍ଟାଚ୍ୟୁ ଦେଖିବାରେ ଭଲ ନୁହେଁ। ଏହା ଖୁବ୍ ଅସୁନ୍ଦର ଲାଗୁଛି। ଅଣ୍ଟା ତଳେ ଦୁଇଟି ଗୋଡ ଏବଂ ଏହା ଉପରେ ରଖା ହୋଇଥିବା ଫୁଟବଲ ଅଜବ ଧରଣର। ଶୁଭେନ୍ଦୁ ସରକାରରେ ଖେଳମନ୍ତ୍ରୀ କହିଛନ୍ତି ଏହା ଦେଖିବାରେ ମଧ୍ୟ କେବେ ବି ଆକର୍ଷଣୀୟ ଲାଗୁ ନାହିଁ। ଏଥିପାଇଁ ଆମେ ଏହିପରି ଅବୋଧ ଓ ଅର୍ଥହୀନ ନିର୍ମାଣକୁ ଏଠାରେ ରଖିବୁ ନାହିଁ ଏବଂ ଏହାକୁ ହଟେଇ ଦିଆଯିବ। ପ୍ରମାଣିକ କହିଛନ୍ତି ଯେବେ ଠାରୁ ଏହି ମୂର୍ତ୍ତି ଲାଗିଛି, ଗତ ସରକାରର ଖରାପ ଦିନ ଆରମ୍ଭ ହୋଇ ଯାଇଛି। ଏହାପରେ ମେସି ବିବାଦ ହେଲା ଏବଂ ସରକାରଙ୍କ କ୍ଷମତା ମଧ୍ୟ ଚାଲି ଗଲା।
ଶନିବାର , ଷ୍ଟାଡିୟମ ନିକଟରେ ହେହାକୁ ଥିବା ପରିବର୍ତ୍ତନ ଅନୁସାରେ ଏହି ଷ୍ଟାଚ୍ୟୁକୁ ହଟେଇ ଦିଆ ଯାଇଚି। ସଲ୍ଟ ଲେକ୍ ଷ୍ଟାଡିୟମ ବାହାରେ ଏହି ଷ୍ଟାଚ୍ୟୁ ୨୦୧୭ ମସିହାରେ ତିଆରି କରାଯାଇ ଥିଲା। ସେହି ବର୍ଷ ଅଣ୍ଡର-୧୭ ଫିଫା ବିଶ୍ୱକପ୍ ପୂର୍ବରୁ ଏହାକୁ ଭିଭିଆଇପି ଗେଟ୍ ନିକଟରେ ଲଗାଯାଇ ଥିଲା। ଏହି ମୂର୍ତ୍ତିରେ ଫୁଟବଲ ଖେଳୁ ଥିବା ବିଶାଳ ପାଦ ଦେଖାଯାଇଛି , ଯାହା ବିଶ୍ୱ ବାଂଲା ଲୋକଙ୍କ ମଧ୍ୟରେ ବିଲୀନ ହେବାର ପ୍ରତୀତ ହୁଏ ଏବଂ ଫୁଟବଲ ଉପରେ ‘ଜୟୀ’ ଶବ୍ଦ ଅଙ୍କିତ ହୋଇଛି।
ଏହା ବ୍ୟତୀତ ଖେଳ ମନ୍ତ୍ରୀ ପ୍ରମାଣିକ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନର ନିକଟରେ ଫୁଡ୍ କୋର୍ଟ ତିଆରି କରିବା ଠାରୁ ନେଇ ଭିତ୍ତିଭୂମିକୁ ଉତ୍ତମ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଖେଳମନ୍ତ୍ରୀ ଏହା ମଧ୍ୟ କହିଛନ୍ତି , ଲିୟୋନେଲ ମେସିଙ୍କ ସମୟକୁ ନେଇ ହୋଇଥିବା ବିବାଦ ପୁଣି ଥରେ ଯାଞ୍ଚ କରାଯିବ ଏବଂ ଟିକେଟଧାରୀଙ୍କୁ ଟଙ୍କା ଫେରସ୍ତ ମିଳିବା ନେଇ ଏହା ସୁନିଶ୍ଚିତ କରାଯିବ।
ଉଲ୍ଲେଖନୀୟ ଯେ, ଭାରତୀୟ ଜନତା ପାର୍ଟି ବଙ୍ଗଳାରେ ମମତା ବାନାର୍ଜୀଙ୍କ ଟିଏମସିକୁ ହରାଇ ସରକାର ଗଠନ କରିଛି। ଶୁଭେନ୍ଦୁ ସରକାର ଏଠାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : ଶୁଭେନ୍ଦୁ ସରକାରଙ୍କ ଆକ୍ସନ: ମାଟିରେ ମିଶିଲା ଟିଏମସି କାର୍ଯ୍ୟାଳୟ