ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କାଳୀ ପୂଜା ପାଇଁ ପୁଲିସର ପ୍ରସ୍ତୁତି ବୈଠକ, ୭୨ଟି ମଣ୍ଡପରେ ପୂଜା ପାଇବେ ମା’ ଶ୍ୟାମାକାଳୀ

Published By : Prameya | October 29, 2024 12:07 PM

କଟକ,୨୯/୧୦: କାଳୀ ପୂଜା ଓ ଭସାଣି  ପାଇଁ କଟକ କମିସନରେଟ୍‌ ପୁଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଏଥିରେ ଡିସିପି ଜଗମୋହନ ମୀନା ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷର ପୂଜା ଆସନ୍ତା ୩୧ ତାରିଖ  ଗୁରୁବାରଠାରୁ ଆରମ୍ଭ ହୋଇ ୨ ତାରିଖ ଶନିବାର  ପର୍ଯ୍ୟନ୍ତ ଚାଲିବ । ତେବେ ୩ ତାରିଖ ରବିବାର  ଦିନ କାଳୀ ପୂଜା ଭସାଣ ଆୟୋଜିତ ହେବ । 

ବିଦ୍ୟାଧରପୁର କାଳୀ ପୂଜାକୁ ଛାଡ଼ିଦେଲେ  ଚଳିତ ବର୍ଷ ୭୨ଟି ମଣ୍ଡପରେ ମା’ ଶ୍ୟାମାକାଳୀ  ପୂଜା ପାଇବେ । ୧ ତାରିଖ ଓ ୨ ତାରିଖରେ ବିଭିନ୍ନ  ପୂଜା ମଣ୍ଡପ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ  କରିପାରିବେ । ପୂଜାର ତିନି ଦିନ ପୁଲିସ ପକ୍ଷରୁ  ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଚାନ୍ଦିମେଢ଼  ଥିବା ମଣ୍ଡପରେ ବନ୍ଧୁକଧାରୀ ପୁଲିସ ରହିବେ । ଟ୍ରାଫିକ୍‌  ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଭସାଣି ଦିନ ସକାଳୁ ମେଢ଼ ଗୁଡ଼ିକ ମୁଖ୍ୟ ରାସ୍ତାକୁ ଆସି ଦେବୀଗଡ଼ା  ଅଭିମୁଖେ ଯିବେ । ରାତି ୧୨ ପର୍ଯ୍ୟନ୍ତ ଭସାଣ ମାଇକ୍‌  ବାଜି ଚାଲିବ । ପରେ ପାରମ୍ପରିକ ବାଦ୍ୟରେ ମେଢ଼  ଆଗକୁ ବଢ଼ିବ । ଦଶହରାରେ ୧୪୦ରୁ ଅଧିକ ମେଢ଼  ଯେତିକି ଲମ୍ବ ହୋଇଥିଲା କାଳୀ ପୂଜାରେ ୭୨ଟି ମେଢ଼  ପ୍ରାୟ ସେତିକି ଲମ୍ବର ହେବ । ତେଣୁ ମେଢ଼ଗୁଡ଼ିକ  କିଭଳି ତୁରନ୍ତ ଆଗକୁ ବଢ଼ିବ ସେଥିପାଇଁ ପୂଜା  କମିଟିଗୁଡ଼ିକ ଉଦ୍ୟମ କରିବା ଦରକାର ବୋଲି ଡିସିପି  ଶ୍ରୀ ମୀନା ଅନୁରୋଧ କରିଥିଲେ । 

ପୂଜା କମିଟିର  ସହଯୋଗରେ ହିଁ ଠିକ୍‌ ସମୟରେ ଭସାଣି ସାରି  ହେବ । ତେଣୁ ପୁଲିସକୁ ସହଯୋଗ କରିବାକୁ ଡିସିପି  ନିବେଦନ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମହାନଗର ପୂଜା କମିଟି ସଂପାଦକ ପୂର୍ବତନ ବିଧାୟକ  ପ୍ରଭାତ ତ୍ରିପାଠୀ, ମେୟର୍‌ ସୁବାସ ସିଂହ, ବିଧାୟକ  ସୌଭିକ ବିଶ୍ୱାଳ, ମହାନଗର ଶାନ୍ତି କମିଟି ସଭାପତି  ଦେବେନ୍ଦ୍ର ସାହୁ, ସଂପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ  ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ  ପ୍ରଫୁଲ୍ଲ ସାହୁ, ବିଜେପି ନଗର ସଭାପତି ଲଲାଟେନ୍ଦୁ ବଡ଼ୁ, ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର,  ବିଜେପି ନେତା ନୟନ କିଶୋର ମହାନ୍ତି, ସିପିଆଇ  ନେତା ଅମରେନ୍ଦୁ ମହାନ୍ତି, ଏଡିସିପି ଦେବଦତ୍ତ  କର ଓ ତରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.