ନୂଆଦିଲ୍ଲୀ୦୨/୧୧ : ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଜାରି ହେଲା ୱାରେଣ୍ଟ। ଯାହାକୁ ନେଇ ଉତ୍ତରପ୍ରଦେଶ ରାଜନୀତି ସରଗରମ । ୱାରେଣ୍ଟ ଜାରି ହୋଇଥିବା ବିଧାୟକ ପ୍ରାର୍ଥୀ ନସିମ ସୋଲଙ୍କି । ନସିମ ପୂର୍ବ ବିଧାୟକ ଇରଫାନ ସୋଲଙ୍କିଙ୍କ ପତ୍ନୀ । ଚଳିତ ବିଧାନସଭା ନିର୍ବାଚନ ନିମନ୍ତେ କାନପୁର ବିଧାନସଭା ସିଟ୍ରୁ ସେ ସପା ପ୍ରାର୍ଥୀ ହୋଇଛନ୍ତି । ତେବେ ନସିମ ସୋଲଙ୍କିଙ୍କ ଏକ ଭିଡିଓ ଜାରି ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ତୁମ୍ବିତୋଫାନ ।
ସୂଚନା ମୁତାବକ, ଦୀପାବଳି ରାତିରେ ନସିମ କାନପୁରର ଏକ ମନ୍ଦିରରେ ଶିବଲିଙ୍ଗ ଉପରେ ଜଳାଭିଷେକ କରିଥିଲେ। ସେଠାରେ ସେ ସମ୍ପୂର୍ଣ୍ଣ ରୀତିନୀତି ସହ ପୂଜାର୍ଚ୍ଚନା କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହାକୁ ନେଇ ଅଲ୍ ଇଣ୍ଡିଆ ମୁସଲିମ ଜମାତ ତାଙ୍କ ଉପରେ ଖପ୍ପା ହୋଇଛି। ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ମୁଫତି ଶହାବୁଦ୍ଦିନ ନସିମଙ୍କ ଉପରେ ଫତୱା ଜାରି କରିଛନ୍ତି। ବିଜେପି ମଧ୍ୟ ଏହି ଭିଡିଓକୁ ନେଇ ନସିମଙ୍କୁ ଟାର୍ଗେଟ କରିବା ସହ ଏହା ଏକ ରାଜନୈତିକ ଚାଲ ବୋଲି କହିଛି। ନସିମ ସୋଲଙ୍କିଙ୍କ ସ୍ୱାମୀ ତଥା ପୂର୍ବ ବିଧାୟକ ଇରଫାନ ସୋଲଙ୍କି ଜେଲ୍ରେ ବନ୍ଦ ଥିବା ବେଳେ କାନପୁରର ସିସାମଉ ସିଟ୍ରୁ ନସିମ ସପା ପ୍ରାର୍ଥୀ ହୋଇଛନ୍ତି। ତେବେ ଏହା ନସିମଙ୍କୁ କେତେ ରାଜନୈତିକ ଫାଇଦା ଦେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।