ଲକ୍ଷ୍ନୌ,୨୮/୧୨: ମନ୍ଦିରରେ ବାହା ହେଲେ, ମନ୍ଦିରରେ ଜୀବନ ହାରିଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ସାଥି ହୋଇ ରହିବା ପାଇଁ କଥା ଦେଇଥିଲେ, ଶେଷରେ ସାଥି ହୋଇ ଜୀବନ ହାରିଲେ। ପରିବାର ଲୋକଙ୍କ ଛୋଟ ଭୁଲ୍ ବୁଝାମଣା ପାଇଁ ମାତ୍ର ୨୨ ଦିନର ବୈବାହିକ ଜୀବନରେ ପଡ଼ିଛି ପୂର୍ଣ୍ଣଚ୍ଛେଦେ। ଉତ୍ତରପ୍ରଦେଶ ହରଗାଓଁ ଥାନା ଆନିଆ କଲା ଅଞ୍ଜଳର ପ୍ରସିଦ୍ଧ ମହାମାୟୀ ମନ୍ଦିର ପରିସରରୁ ଦମ୍ପତ୍ତିଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।  ମାତ୍ର ୨୨ ଦିନ ପୂର୍ବରୁ ନିଜର ବୈବାହିକ ଜୀବନ ଆରମ୍ଭ କରିଥିବା ଏହି ଦମ୍ପତ୍ତି ଜୀବନ ହାରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମୃତ ଦମ୍ପତ୍ତି ଦ୍ବୟ ହେଲେ ଖୁସିରାମ (୨୨) ଏବଂ ମୋହିନୀ (୧୯) । ମିଳିଥିବା ଖବର ମୁତାବକ ଉଭୟ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ସେମାନଙ୍କ ପ୍ରେମକୁ ପରିବାର ଲୋକେ ପସନ୍ଦ କରୁନଥିଲେ । ସେମାନ ଦୂର ସମ୍ପର୍କୀୟ ରହିଥିଲେ, ଉଭୟ ପରିବାରର ବାରଣ ପରେ ମଧ୍ୟ ସେମାନେ ଗତ ଡିସେମ୍ବର ୬ ତାରିଖରେ ମହାମାୟୀଙ୍କ ମନ୍ଦିରରେ ବିବାହ କରିଥିଲେ । ବୈଦିକ ରୀତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା । ପ୍ରଥମେ ଉଭୟଙ୍କ ସମ୍ପର୍କକୁ ନେଇ ପରିବାରରେ ବିବାଦ ଦେଖିବାକୁ ମିଳିଥିଲା । ମାତ୍ର ପରେ ସବୁକିଛି ଠିକ୍ ହୋଇ ଯାଇଥିବା କୁହାଯାଉଛି । କିନ୍ତୁ ଏବେ କାହିଁକି ସେମାନେ ଜୀବନ ହାରିଲେ ଏହାକୁ ନଇେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଅଞ୍ଚଳର ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଳିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।