ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧକୁ ବର୍ଷେରୁ ଅଧିକ ସମୟ ବିତିଛି। ଏହି ଯୁଦ୍ଧରେ ୪୫ ହଜାରରୁ ଅଧିକ ଗାଜାବାସୀ ନିଜର ଜୀବନ ହରାଇଛନ୍ତି। ଏତେସବୁ ହତ୍ୟାକାଣ୍ଡ ପରେ ବି ନା ଇସ୍ରାଏଲ ଚୁପ୍ ବସିଛି ନା ହମାସ ଆତଙ୍କୀମାନେ ଥମୁଛନ୍ତି। ଇସ୍ରାଏଲର ହମଲାରେ ଗାଜାର ବେସିକ୍ ଷ୍ଟ୍ରକଚର ଗୁଡ଼ିକ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇ ସାରିଛି। ନା ସ୍କୁଲ କଲେଜ୍ ସୁରକ୍ଷିତ ଅଛି ନା ହସ୍ପିଟାଲ। ସବୁ କିଛି ଛାରଖାର। ଇସ୍ରାଏଲର ହମଲା ମଧ୍ୟରେ ଏବେ ଗାଜାରେ ପ୍ରକୃତିର ଆତଙ୍କ ଆରମ୍ଭ ହୋଇ ଯାଇଛି। ତମ୍ୱୁ ଗୁଡ଼ିକରେ ରହୁଥିବା ବିସ୍ଥାପିତଙ୍କ ଅବସ୍ଥା ସଙ୍ଗୀନ ହୋଇଛି। ଭୀଷଣ ଥଣ୍ଡାରେ ଜୀବନ ବିତେଇବା ଛଡ଼ା ଆଉ କିଛି ବାଟ ନାହିଁ। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କହିବାନୁସାରେ , ଭୀଷଣ ଥଣ୍ଡା କାରଣରୁ ଶିଶୁଙ୍କର ମୃତ୍ୟୁ ବି ହେଉଛି।
ଗତ ଦିନରେ ଇସ୍ରାଏଲ ଉତ୍ତରୀ ଗାଜାର ସବୁଠୁ ବଡ଼ ହସ୍ପିଟାଲ କମାଲ ଅଦୱାନ ଉପରେ ହମଲା କରିଥିଲା। ରୋଗୀଙ୍କ ସହ ଦୁର୍ବ୍ୟବହାର ଓ ହସ୍ପିଟାଲ ଭିତରେ ଫାୟାରିଂର ଅଭିଯୋଗ ମଧ୍ୟରେ ଇସ୍ରାଏଲୀୟ ସେନା ୨୪୦ ଜଣ ସଦିଗ୍ଧ ଆତଙ୍କୀଙ୍କୁ ଗିରଫ କରିବାର କଥା କହିଛନ୍ତି। କମାଲ ଅଦୱାନ ହସ୍ପିଟାଲର ନିର୍ଦ୍ଦେଶକ ଡା. ହୁସାମ ଅବୁ ସଫିଆ ଇସ୍ରାଏଲୀୟ ସେନାର ମାର୍ଫତରେ ରହିଛନ୍ତି। ତାଙ୍କୁ ସେଦେ ତେଇମାନ ସୈନା ଆଡ୍ଡାରେ ରଖାଯାଇଛି। ତାଙ୍କୁ ଏହି ସମୟରେ ଗିରଫ କରାଯାଇ ଥିଲା, ଯେବେ ଇସ୍ରାଏଲୀୟ ସେନା ହସ୍ପିଟାଲ ଉପରେ ହମଲା କରିଥିଲା ଏବଂ ଏଥିରେ ନିଆଁ ଲଗେଇ ଦେଇ ଥିଲା। ଇସ୍ରାଏଲର କହିବାନୁସାରେ , ହସ୍ପିଟାଲରେ ଆତଙ୍କୀ ମାନେ ଲୁଚି ରହିଥିଲେ। ଆତଙ୍କୀମାନେ ରୋଗୀଙ୍କ ପୋଷାକରେ ସେନାକୁ ଭ୍ରମିତ କରୁଥିଲେ।
ଗାଜାରେ ସରକାର ମିଡ଼ିଆ କାର୍ଯ୍ୟାଳୟର ଏକ ବୟାନ ଅନୁସାରେ , ତମ୍ୱୁ ଗୁଡ଼ିକରେ ରହୁଥିବା ବିସ୍ଥାପିତ ଫିଲିସ୍ତିନି ମଧ୍ୟରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ଯୋଗୁଁ ମୃତକଙ୍କ ସଂଖ୍ୟା ବଢି ୭ରେ ପହଞ୍ଚିଛି। ଏହି ସଂଖ୍ୟା ଆହୁରି ବଢିବାର ଆଶା କରାଯାଉଛି।