ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଇସ୍କନ ମାୟାପୁରର ହାତୀମାନେ ବନ୍ତାରାରେ ପାଇବେ ଆଜୀବନ ଯତ୍ନ ଏବଂ ସ୍ନେହ

Published By : Prameya | January 21, 2025 11:12 PM

ଜାମନଗର,୨୧/୧ : ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର 'ବନ୍ତାରା ' ଏବେ ଇସ୍କନ ମାୟାପୁରରୁ ଦୁଇ ପୋଷା ହାତୀ ୧୮ ବର୍ଷୀୟା ବିଷ୍ଣୁପ୍ରିୟା ଏବଂ ୨୬ ବର୍ଷୀୟା ଲକ୍ଷ୍ମୀପ୍ରିୟାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ। ଗତ ବର୍ଷ ଏପ୍ରିଲ ମାସରେ ବିଷ୍ଣୁପ୍ରିୟା ନିଜ ମାହୁନ୍ତଙ୍କୁ ଘାତକ ଆକ୍ରମଣ କରିବା ପରେ ସେମାନଙ୍କ ପାଇଁ ଉତ୍ତମ ଯତ୍ନ ଏବଂ ଅନୁକୂଳ ପରିବେଶର ଆବଶ୍ୟକତା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି।

ଏହି ସ୍ଥାନାନ୍ତର ପ୍ରକଳ୍ପ ପାଇଁ ତ୍ରିପୁରା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ରହିଛି। ଉଭୟ ହାତୀଙ୍କୁ ବନ୍ତାରାରେ ଏକ ଶୃଙ୍ଖଳ ମୁକ୍ତ ପ୍ରାକୃତିକ ବାସସ୍ଥାନରେ ରଖାଯିବ, ଯେଉଁଠାରେ ସେମାନେ ବିଶେଷଜ୍ଞମାନଙ୍କ ଦ୍ୱାରା ପଶୁ ଚିକିତ୍ସା, ମନୋବୈଜ୍ଞାନିକ ଯତ୍ନ ଏବଂ ସକରାତ୍ମକ ତାଲିମ ଲାଭ କରିବେ।

ଇସ୍କନର ବରିଷ୍ଠ ସଦସ୍ୟ ହୃମତୀ ଦେବୀ ଦାସୀ କହିଛନ୍ତି, “ଆମର ବିଶ୍ୱାସ ଅନୁଯାୟୀ ପ୍ରତ୍ୟେକ ଜୀବାତ୍ମାସମାନ। ବନ୍ତାରାରେ ମୁଁ ସମାନ ଦୟା ଏବଂ ଆଦର୍ଶ ଦେଖିଲି ଯାହାକୁ ଆମେ ବିଶ୍ୱାସ କରୁ। ବିଷ୍ଣୁପ୍ରିୟା ଏବଂ ଲକ୍ଷ୍ମୀପ୍ରିୟା ଏଠାରେ ସୁଖୀ ଏବଂ ସ୍ୱତନ୍ତ୍ର ଜୀବନ ଅତିବାହିତ କରିବେ।” ପେଟା ଇଣ୍ଡିଆ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ସ୍ଥାନାନ୍ତରକୁ ସମର୍ଥନ କରାଯାଇଛି। ହାତୀମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ହେଉଛି ବନ୍ତାରାର ମୂଖ୍ୟ ଉଦ୍ଦେଶ୍ୟ। ଏଠାରେ ସେମାନଙ୍କୁ ସାମାଜିକ ବନ୍ଧନ ଏବଂ ସ୍ୱାଭାବିକ ଜୀବନର ଅନୁଭବ ମିଳିବ, ଯାହା ସେମାନଙ୍କର ପୁନର୍ବାସ ଏବଂ ସାମଗ୍ରିକ ସୁସ୍ଥତା ଦିଗରେ ସହାୟକ ହେବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.