ନୂଆଦିଲ୍ଲୀ,୨୬/୦୨: ଦିଲ୍ଲୀ ଏନ୍ସିଆରର ଗୁରୁଗ୍ରାମରେ ଡ୍ରୋନ୍ ଓ ଏଆଇ ରୋବୋ ସାହାଯ୍ୟରେ ଡେଲିଭରୀ ସେବା ଆରମ୍ଭ ହୋଇଛି । ସ୍କାଇ ଏୟାର ମୋବିଲିଟି ଏହାର ଶୁଭାରମ୍ଭ କରିଛି। କମ୍ପାନି ଦାବି କରିଛି, ଏହା ପ୍ରଥମଥର ଭାରତରେ ଡ୍ରୋନ୍ ଓ ଏଆଇ-ପରିଚାଳିତ ରୋବୋ ସାହାଯ୍ୟରେ ଘରକୁ ଘର ଡେଲିଭରୀ ସେବା ଆରମ୍ଭ କରିଛି ।
ଅଧିକ ପଢନ୍ତୁ-ଇଡି ଅଫିସରେ ହାଜର ହେଲେ ଅନିଲ ଅମ୍ବାନି, ମନି ଲଣ୍ଡ୍ରିଂ ମାମଲାରେ ହେବ ଜେରା
ସିଇଓ ଅଙ୍କିତ କୁମାର କହିଛନ୍ତି, ଏ କ୍ଷେତ୍ରରେ ତାଙ୍କ କମ୍ପାନି ଭାରତର ପ୍ରଥମ କମ୍ପାନି । ପ୍ରାୟ ଅଢ଼େଇ ବର୍ଷ ହେଲା କମ୍ପାନି ୩୬ ଲକ୍ଷ ଡେଲିଭରୀ ପୂରା କରି ହାରାହାରି ୧୦୦୦ ଟନ୍ ଅଙ୍ଗାରକ ନିର୍ଗମନ ହ୍ରାସରେ ସାହାଯ୍ୟ କରିଛି । ଲଞ୍ଚ୍ ସମୟରେ କମ୍ପାନି ନିଜ ସିଷ୍ଟମର ଡେମୋ ଦେଖାଇଛି । ଏଥିରେ ଡ୍ରୋନ୍ ପ୍ରଥମେ ପାର୍ସଲ ବକ୍ସ ନେଇ ଆସୁଛି, ଯାହାକୁ ମେଲ୍ ବକ୍ସରେ ରଖାଯାଉଛି । ତା’ପରେ ଏକ ରୋଭର୍ ମେଲ୍ ବକ୍ସରୁ ପାର୍ସଲକୁ ସଂଗ୍ରହ କରି ଗ୍ରାହକଙ୍କ ଘର ସାମ୍ନାରେ ଡେଲିଭରୀ କରୁଛି । କମ୍ପାନି ଅନ୍ୟ ସହରରେ ସେବା ପହଞ୍ଚାଇବାକୁ ଯୋଜନା କରୁଛି । ଏଆଇ ଇମ୍ପ୍ୟାକ୍ଟ ସମିଟ୍ରେ ସ୍କାଇ ଏୟାର ମୋବିଲିଟି ଆମେରିକୀୟ କମ୍ପାନି ଆରାଇଭ୍ ଏଆଇ ଓ ଅଟ୍ଟୋନୋମି ସହ ସହଭାଗିତା କରିଛି । କମ୍ପାନି ଅନୁସାରେ, ଗୋଟିଏ ଡ୍ରୋନ୍ ପୋର୍ଟରେ ପ୍ୟାକେଜ୍ ପହଞ୍ଚାଏ । ସେଠାରେ ଏକ ରୋଭର୍ ପ୍ୟାକେଜ୍ ଉଠାଇ ସିଧା ଗ୍ରାହକଙ୍କ ଘରେ ପହଞ୍ଚାଏ । ଏହା ଦ୍ୱାରା ସାମଗ୍ରୀକୁ ଶୀଘ୍ର ଲୋକଙ୍କ ଘରେ ପହଞ୍ଚାଇବା ସମ୍ଭବ ହେବ ।