ମୁମ୍ବାଇ,୧୮/୪ : ସ୍ମୃତି ମନ୍ଧାନା ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେବଳ ୧୩ରନ୍ କରି ଆଉଟ ହୋଇଥିଲେ । ୧୪ବଲ୍ ଖେଳି ଏହି ପାଳିରେ ସେ ୧ ଛକା ଯୋଡ଼ି ଥିଲେ । କିନ୍ତୁ କେବଳ ୧ ରନ୍ କରି ସେ ରୋହିତ ଶର୍ମାଙ୍କ ଏକ ବଡ଼ ରେକର୍ଡ଼ ଭାଙ୍ଗି ଦେଇଛନ୍ତି । ରୋହିତ ଶୁକ୍ରବାର ପର୍ଯ୍ୟନ୍ତ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ରନ୍ କରିଥିବା ଭାରତୀୟ (ପୁରୁଷ ଓ ମହିଳା) ଥିଲେ । କିନ୍ତୁ ଏବେ ସ୍ମୃତି ଟପକୁ ଆସିଯାଇଛନ୍ତି ।
ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକା ଗସ୍ତରେ ୫ ଟି-୨୦ ମ୍ୟାଚ୍ ଖେଳିବ । ଶୁକ୍ରବାର ପ୍ରଥମ ଟି-୨୦ ଡରବନରେ ଖେଳାଯାଇଥିଲା । ଯେଉଁଥିରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୧୫୭ରନ୍ କରିଥିଲେ । ସ୍ମୃତି ମନ୍ଧାନା ବଡ଼ ପାଳି ଖେଳିପାରିନଥିଲେ । ସେ ୧୪ବଲରେ କେବଳ ୧୩ରନ୍ କରିଥିଲେ। କିନ୍ତୁ ଏହି ପାଳି ସହ ସେ ଇତିହାସ ରଚିଛନ୍ତି । ସେ ଟି-୨୦ ଅନ୍ତର୍ଜାତୀୟରେ ସବୁଠାରୁ ଅଧିକ ରନ୍ କରିଥିବା ଭାରତୀୟ ହୋଇଯାଇଛନ୍ତି । ତାଙ୍କର ଏହି ଫର୍ମାଟରେ ୪୨୪୪ରନ୍ ହୋଇଯାଇଛି । ରୋହିତ ଶର୍ମାଙ୍କ ୪୨୩୧ରନ୍ ଅଛି । ଯିଏ ଏବେ ଟି-୨୦ ଅନ୍ତଜାତୀୟରୁ ରିଟାୟର ହୋଇ ସାରିଛନ୍ତି ।
ସ୍ମୃତି ମନ୍ଧାନା ୨୧ଫେବୃଆରୀ ୨୦୨୬ରୁ ରୋହିତ ଶର୍ମାଙ୍କ ଏହି ରେକର୍ଡ଼ର ସମକକ୍ଷ ହୋଇଥିଲେ । ସେତେବେଳେ ଅଷ୍ଟେ୍ରଲିଆ ବିପକ୍ଷ ସେ ଆଡିଲେଡରେ ୮୨ରନର ପାଳି ଖେଳିଥିଲେ । ୧୭ଏପ୍ରିଲରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ କେବଳ ୧ ରନ୍ ନେବା ସହ ସେ ରୋହିତଙ୍କ ଏହି ରେକର୍ଡ଼ ଭାଙ୍ଗି ଦେଇଛନ୍ତି ।