ଭୁବନେଶ୍ୱର,୨୨/୦୭: ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଅନୁମୋଦିତ ବୈଷୟିକ ପ୍ରତିଷ୍ଠାନରେ ର‌୍ୟାଗିଂ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ । ଏ ସଂପର୍କିତ ଆଇନକୁ କଡ଼ାକଡ଼ି ଲାଗୁ କରାଯିବ । ଆଇନକୁ ଠିକ୍‌ ଭାବେ ପାଳନ କରାଯାଉଛି କି ନାହିଁ ତାର ସମୀକ୍ଷା କରିବା ପାଇଁ ଏଆଇସିଟିଇ ଏକ କମିଟି ଗଠନ କରିଛି ।

ଗତ ଜୁନ୍‌ ମାସରେ ହୋଇଥିବା  କମିଟି ବୈଠକରେ ଦୁଇ ଜଣିଆ ଏକ  ସବ୍‌ କମିଟି ଗଠନ ପାଇଁ ସୁପାରିଶ  ହୋଇଥିଲା । ଏହି ସବ୍‌କମିଟିରେ  ଶିକ୍ଷା ଓ ଅନୁସନ୍ଧାନ (ସୋଆ)  ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍‌  ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ଥାନ  ପାଇଛନ୍ତି । ପୁଡୁଚେରୀର ରାଜୀବ ଗାନ୍ଧୀ  କଲେଜର ଉପାଧ୍ୟକ୍ଷ ପ୍ରଫେସର କେ  ଆୟାପ୍ପାନ ଅନ୍ୟତମ ସଦସ୍ୟ ଭାବେ  ସବ୍‌ କମିଟିରେ ରହିଛନ୍ତି । ର‌୍ୟାଗିଂ  ସଂକ୍ରାନ୍ତୀୟ ନିୟମାବଳୀକୁ କିପରି  କଠୋର ଭାବେ ଲାଗୁ କରିବ । ଏଥିରେ  କି କି ସଂଶୋଧନ କରାଯାଇପାରିବ । ସେ  ଦିଗରେ ସବ୍‌ କମିଟି ସମୀକ୍ଷା କରି  କମିଟିକୁ ଆବଶ୍ୟକ ସୁପାରିଶ କରିବ ।