ଭୁବନେଶ୍ୱର,୨୨/୦୭: ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଅନୁମୋଦିତ ବୈଷୟିକ ପ୍ରତିଷ୍ଠାନରେ ର୍ୟାଗିଂ ସଂପୂର୍ଣ୍ଣ ନିଷିଦ୍ଧ କରାଯିବ । ଏ ସଂପର୍କିତ ଆଇନକୁ କଡ଼ାକଡ଼ି ଲାଗୁ କରାଯିବ । ଆଇନକୁ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ତାର ସମୀକ୍ଷା କରିବା ପାଇଁ ଏଆଇସିଟିଇ ଏକ କମିଟି ଗଠନ କରିଛି ।
ଗତ ଜୁନ୍ ମାସରେ ହୋଇଥିବା କମିଟି ବୈଠକରେ ଦୁଇ ଜଣିଆ ଏକ ସବ୍ କମିଟି ଗଠନ ପାଇଁ ସୁପାରିଶ ହୋଇଥିଲା । ଏହି ସବ୍କମିଟିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ସ୍ଥାନ ପାଇଛନ୍ତି । ପୁଡୁଚେରୀର ରାଜୀବ ଗାନ୍ଧୀ କଲେଜର ଉପାଧ୍ୟକ୍ଷ ପ୍ରଫେସର କେ ଆୟାପ୍ପାନ ଅନ୍ୟତମ ସଦସ୍ୟ ଭାବେ ସବ୍ କମିଟିରେ ରହିଛନ୍ତି । ର୍ୟାଗିଂ ସଂକ୍ରାନ୍ତୀୟ ନିୟମାବଳୀକୁ କିପରି କଠୋର ଭାବେ ଲାଗୁ କରିବ । ଏଥିରେ କି କି ସଂଶୋଧନ କରାଯାଇପାରିବ । ସେ ଦିଗରେ ସବ୍ କମିଟି ସମୀକ୍ଷା କରି କମିଟିକୁ ଆବଶ୍ୟକ ସୁପାରିଶ କରିବ ।