ବଲାଙ୍ଗୀର,୦୩/୦୬: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ ପଞ୍ଚାୟତ ସିଲେଟପଡ଼ାରେ ଅଭାବନୀୟ ଘଟଣା । ସୋଲାର ବ୍ୟାଟେରୀ ବିସ୍ଫୋରଣ ଯୋଗୁ ଜଣେ ନାବାଳକ ଗୁରୁତର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ନାବାଳକ ହେଲେ ଜନକ ସାହୁ ।
ସୂଚନା ଅନୁସାରେ, ନାବାଳକ ଜନକ ସାହୁ ୟୁଟ୍ୟୁବ ଭିିଡିଓ ଦେଖି ଘରେ କୌଣସି ଯନ୍ତ୍ର ତିଆରି କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବ୍ୟବହୃତ ସୋଲାର ବ୍ୟାଟେରୀ ହଠାତ୍ ବିସ୍ଫୋରଣ ହେବାରୁ ସେ ଗୁରୁତର ହୋଇଥିବା ଅନୁମାନ କରାଯାଉଛି । ଘଟଣା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ଭର୍ତ୍ତି କରିଛନ୍ତି ।