ନୂଆଦିଲ୍ଲୀ,୨୮।୧୦:  ପୃଥିବୀରେ ବର୍ଷା  ହେବା ସାଧାରଣ, କିନ୍ତୁ ଯଦି ସୂର୍ଯ୍ୟ ଉପରେ ବର୍ଷା ହୁଏ ତେବେ କଣ ହେବ? ଏହି କଥା ଶୁଣିବାରେ ଅଜବ ଲାଗିପାରେ, କିନ୍ତୁ ଏହା ସତ ଯେ ସୂର୍ଯ୍ୟ ଉପରେ ବର୍ଷା ହୁଏ।  ଏହି ବର୍ଷା ଆକାଶରୁ ପଡ଼େ ନାହିଁ। ପ୍ରକୃତରେ, ସୂର୍ଯ୍ୟ ଅତ୍ୟନ୍ତ ଗରମ ଏବଂ ଅଗ୍ନି ପିଣ୍ଡୁଳା ହୋଇଥିବାରୁ ଏଠାର ବର୍ଷାରେ ପ୍ଲାଜମା ବର୍ଷିଥାଏ। ଏହି ବର୍ଷାକୁ ବୈଜ୍ଞାନିକ ଭାଷାରେ ସୌର ବର୍ଷା କିମ୍ବା କରୋନାଲ୍ ବର୍ଷା କୁହାଯାଏ। ବୈଜ୍ଞାନିକମାନେ ଏବେ ଏହି କରୋନାଲ୍ ବର୍ଷାର କାରଣ ଆବିଷ୍କାର କରିଛନ୍ତି। ଆସନ୍ତୁ ଅଧିକ ଜାଣିବା।

ସୂର୍ଯ୍ୟର ବାହ୍ୟ ସ୍ତରକୁ କରୋନା କୁହାଯାଏ। ଏହି ବାହ୍ୟ ସ୍ତର ଅତ୍ୟନ୍ତ ଗରମ, ୭ ଲକ୍ଷ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚିଥାଏ, ଯାହା ବହୁତ ଅଧିକ। ତଥାପି, ଚୁମ୍ବକୀୟ କ୍ଷେତ୍ର ପରିବର୍ତ୍ତନ ହେବା ସହିତ, କିଛି ଗ୍ୟାସ୍ ବାୟୁମଣ୍ଡଳକ ଉପରକୁ ଉଠିଯାଏ। ପରେ, ଏହି ଗ୍ୟାସଗୁଡ଼ିକ ଥଣ୍ଡା ହେବା ସହିତ, ସେମାନେ ଥଣ୍ଡା କିମ୍ବା ଘନ (ପ୍ଲାଜମା) ହୋଇ ଖଣ୍ଡ ଖଣ୍ଡ ହୋଇଯାଆନ୍ତି। ଏହି ଖଣ୍ଡଗୁଡ଼ିକ ଭାରୀ ହେବା ପରେ ଉପରକୁ ନ ପଡ଼ି ତଳକୁ ପଡ଼ିଯାଏ। ଏହା ବର୍ଷା ପରି ଦେଖାଯାଏ ଏବଂ ଏହାକୁ ସୌର ବର୍ଷା କୁହାଯାଏ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟର ଅତ୍ୟାଧିକ ତାପମାତ୍ରା ଏବଂ ଉତ୍ତାପ ସତ୍ତ୍ୱେ କିପରି ଥଣ୍ଡା ପ୍ଲାଜମା ସୂର୍ଯ୍ୟର ପୃଷ୍ଠରେ ସୃଷ୍ଟି ହୁଏ ତାହାର ରହସ୍ୟକୁ ବହୁ ବର୍ଷ ଧରି ସମାଧାନ କରିବାକୁ ବୈଜ୍ଞାନିକମାନେ ଚେଷ୍ଟା କରୁଛନ୍ତି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ସୂର୍ଯ୍ୟର ବାହ୍ୟ ସ୍ତରର ପ୍ରଚୁର ପରିମାଣରେ ଲୁହା, ମ୍ୟାଗ୍ନେସିୟମ୍ ଏବଂ ସିଲିକନ୍ ଭଳି ଉପାଦାନର ଉପସ୍ଥିତି ଥଣ୍ଡା ହାରକୁ ବୃଦ୍ଧି କରେ। ପ୍ରକୃତରେ, ଯେତେବେଳେ ଏହି ଉପାଦାନଗୁଡ଼ିକ ଲୁପ୍ ନିକଟରେ ପ୍ରଚୁର ପରିମାଣରେ ଜମା ହୁଏ, ସେତେବେଳେ ରେଡିଏସନ୍ ବଢିଥାଏ ଓ ତାପମାତ୍ରା ହ୍ରାସ ପାଇବା କାରଣରୁ କଣ୍ଡିସେସନ୍‌ର ପ୍ରୋସେସ୍‌ ହେବାରେ ଲାଗିଥାଏ। ଗ୍ୟାସ ଥଣ୍ଡା ହୋଇ ବୁନ୍ଦାରେ ପରିଣତ ହୁଏ, ଯାହା ସୌର ବର୍ଷା କିମ୍ବା କରୋନାଲ୍ ବର୍ଷା ପାଇଁ ଦାୟୀ।