ନୂଆଦିଲ୍ଲୀ, ୯।: ନିକଟରେ ମହାକାଶବିଜ୍ଞାନୀ ଏକ ଅଧ୍ୟୟନରେ ଏପରି ରହସ୍ୟର ଖୁଲାସା କରିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସୌରମଣ୍ଡଳରେ ନବମ ଗ୍ରହର ଆବିଷ୍କାର କଲେ ବୈଜ୍ଞାନିକ ! ପୃଥିବୀଠାରୁ ଛୋଟ ଏବଂ ବୁଧଠାରୁ ଆକାରରେ ବଡ଼ ଥିବା ଏହି ଗ୍ରହର ନାଁ ‘Y’ ସୌରଜଗତର ବାହ୍ୟ ସୀମାରେ କୁଇପର ବେଲ୍ଟରେ ଲୁଚି ରହିଛି ନବମ ଗ୍ରହ । ବୈଜ୍ଞାନିକମାନେ ଏକ ନୂତନ ଗ୍ରହର ସନ୍ଧାନ କରିଛନ୍ତି, ଯାହାର ନାଁ ‘Y’ ରଖାଯାଇଛି । ତେବେ ଏହି ଗ୍ରହ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ, କିନ୍ତୁ କୁଇପର ବେଲ୍ଟରେ କିଛି ଦୂର ବସ୍ତୁର ଆକର୍ଷିତ କକ୍ଷପଥରୁ ଏହା ଅନୁମାନ କରାଯାଇଛି । ଗବେଷକମାନେ ନେପଚ୍ୟୁନର କକ୍ଷପଥ ବାହାରେ ବରଫାବୃତ ପିଣ୍ଡର ଏକ ବଡ଼ ବଳର ସନ୍ଧାନ ପାଇଛନ୍ତି । 

ସୌରଜଗତର ବାହ୍ୟ ସୀମାରେ ଏହି ଅଦୃଶ୍ୟ ଗ୍ରହ, ଯାହା ସମ୍ଭବତଃ ପୃଥିବୀଠାରୁ ଛୋଟ ଏବଂ ବୁଧଠାରୁ ବଡ଼ । ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟର ମହାକାଶ ବିଜ୍ଞାନୀ ବିଭାଗର ଡକ୍ଟରେଟ ପ୍ରାର୍ଥୀ ଏବଂ ଅଧ୍ୟୟନର ମୁଖ୍ୟ ଲେଖକ ଆମିର ସିରାଜ ଏହି ଗ୍ରହର ତଥ୍ୟ ଦେଇଛନ୍ତି । ବୈଜ୍ଞାନିକମାନେ ଗତ କିଛି ବର୍ଷ ମଧ୍ୟରେ ସୌରଜଗତରେ ଅନେକ ଗ୍ରହ ଆବିଷ୍କାର କରିଛନ୍ତି, ଏବଂ ପ୍ଲାନେଟ Y ହେଉଛି ସେମାନଙ୍କ ମଧ୍ୟରୁ ଗୋଟିଏ । ସାମୂହିକ ଭାବରେ ସେମାନେ କୁଇପର ବେଲ୍ଟରେ ଲୁଚି ରହିଥିବା ବୈଜ୍ଞାନିକମାନେ କହିଛନ୍ତି । ସେହି ବେଲ୍ଟରେ ପ୍ଲୁଟୋ ଅବସ୍ଥିତ, ଯାହାକୁ ପୂର୍ବରୁ ନବମ ଗ୍ରହ ଭାବରେ ବିବେଚନା କରାଯାଉଥିଲା । କିନ୍ତୁ, ୨୦୨୬ରେ ଏହାକୁ ନବଗ୍ରହ ତାଲିକାରୁ ବାହାର କରି ବାମନ ଗ୍ରହ ଭାବରେ ପୁନଃବର୍ଗୀକୃତ କରାଯାଇଥିଲା ।