ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିବାହ ପରେ କନ୍ୟାକୁ ଆର୍ଶିବାଦ ସହ ଉପହାର ଦେଲେ ଯବାନ

Published By : Suraj Kumar | June 25, 2025 10:22 PM

ମାଲକାନଗିରି, ୨୫।୬(ଆପ୍ର): ଲୋକଙ୍କର ସୁରକ୍ଷା ବଳ ଉପରେ ବଢୁଛି ବିଶ୍ବାସ। ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ। ଯେଉଁଠି ଜଣେ ବିବାହ ହେଉଥିବା କନ୍ୟାକୁ ବିଦାୟ ଜଣାଇଲେ ସିଆରପିଏଫ୍ ଯବାନମାନେ। କୁଖ୍ୟାତ ମାଓ ନେତା ହିଡମାଙ୍କ ଗାଁ ନିଜ ଗ୍ରାମରୁ ଏପରି ଚିତ୍ର ଆସିଛି। 

ସୂଚନା ଅନୁଯାୟୀ ଛତିଶଗଡର ସୁକୁମା ଜିଲ୍ଲା ପୁବର୍ତୀ ଠାରେ ଜଣେ   ଯୁବତୀର ବାହାଘର ଅନୁଷ୍ଠିତ ହୋଇ ଥିଲା। ସମସ୍ତ ରୀତିନୀତି ପରେ ଝିଅ ବିଦାୟ ସମୟରେ ଗ୍ରାମବାସୀ ଯବାନଙ୍କ ଆର୍ଶିବାଦ ନେବା ଲାଗି ୧୫୦ ବାଟାଲିୟନର ଯବାନଙ୍କ କ୍ୟାମ୍ପ ନିକଟକୁ ନାଚି ନାଚିପହଞ୍ଚି ଥିଲେ। ସିଆରପିଏଫ୍ ଅଧିକାରୀ ଓ ଯବାନ କ୍ୟାମ୍ପରୁ ବାହାରି କନ୍ୟାକୁ ଆଶିର୍ବାଦ ପ୍ରଦାନ ସହ ଉପହାର ସ୍ୱରୁପ କିଛି ଟଙ୍କା ପ୍ରଦାନ କରି ବନ୍ଦାପନା କରି ଥିଲେ। ଆଉ ଯବାନ ଗ୍ରାମବାସୀଙ୍କ ସହ ମିଶି ନୃତ୍ୟ ମଧ୍ୟ କରିଥିଲେ। ମାଓ ଗଡରେ ଏପରି ଚିତ୍ର ସାମ୍ନାକୁ ଆସିବା ପରେ ମାଓବାଦୀଙ୍କ ଉପରେ ଲୋକଙ୍କ ଭରସା ତୁଟୁଥିବା କୁହାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.