ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାଓ ଯୋଜନା ପଣ୍ଡ, ରାସ୍ତାରେ ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

Published By : Rasmita Pradhan | February 3, 2025 10:03 AM

ମାଲକାନଗିରି, ୦୩/୦୨ : ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓ ଯୋଜନା ପଣ୍ଡ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲେ ଯବାନ। ଲ୍ୟାଣ୍ଡମାଇନ୍ ଡିଟେକ୍ଟରରେ ଠାବ ହେବା ପରେ ପ୍ରାୟ ୨୫ କିଲୋଗ୍ରାମ ଓଜନର ଆଇଇଡିକୁ ନିଷ୍କ୍ରିୟ କରାଯାଇଥିବା ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ-ଏକଲବ୍ୟ ଆଦର୍ଶ ବିଦ୍ୟାଳୟରେ ଜୁନିଅର ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସୂଚନାନୁଯାୟୀ, ଉସୁର ଥାନା ଅନ୍ତର୍ଗତ ଆବାପାଲି ଜଙ୍ଗଲ ରାସ୍ତାରେ ଡିଆରଜି ଓ ସିଆରପିଏଫ ବାହିନୀର ଯବାନମାନେ ମିଳିତ ଭାବେ କମ୍ବିଂ ଅପରେସନ ପାଇଁ ଯାଇଥିଲେ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀମାନେ ଉସୁର ଠାରୁ ୩ କିଲୋମିଟର ଦୂରରେ ଥିବା ଧାନ ମଣ୍ଡି ନିକଟସ୍ଥ ମୁଖ୍ୟ ରାସ୍ତା ମଝିରେ ଏକ ପ୍ଲାଷ୍ଟିକ୍ ଡ୍ରମରେ ୨୫ କିଲୋଗ୍ରାମର ଏକ ଆଇଇଡି ଲଗାଇଥିଲେ। କମାଣ୍ଡ ସ୍ୱିଚ୍ ସିଷ୍ଟମ ବ୍ୟବହାର କରି ମୁଖ୍ୟ ରାସ୍ତାରେ ଏକ ପ୍ଲାଷ୍ଟିକ୍ କଣ୍ଟେନର ଭିତରେ ଏହି ଆଇଇଡି ଖଞ୍ଜିଥିଲେ। ହେଲେ ଯବାନମାନେ ଏହାକୁ ଚିହ୍ନଟ କରି ବଡ଼ ଅଘଟଣକୁ ଏଡାଇ ଦେଇଛନ୍ତି। ସୁରକ୍ଷା ବାହିନୀ ନକ୍ସଲପନ୍ଥୀଙ୍କ ଏହି ମନ୍ଦ ଉଦ୍ଦେଶ୍ୟକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.