ମୁମ୍ବାଇ,୨୭/୧୧: ସନ ଅଫ ସର୍ଦ୍ଦାର' ନିର୍ଦ୍ଦେଶକ ଅଶ୍ୱିନୀ ଧୀରଙ୍କ  ପୁଅ ଜଲଜ ଧୀରଙ୍କର ମୃତ୍ୟୁ  । ସଡ଼କ ଦୁର୍ଘଟଣାରେ  ୧୮ ବର୍ଷ ବୟସରେ ତାଙ୍କ ପୁଅର ମୃତ୍ୟୁ ହୋଇଛି । ତେବେ ଅଶ୍ୱିନୀ ଧୀରଙ୍କ  ପୁଅ ତିନି ଜଣ ସାଙ୍ଗଙ୍କ ସହ ଏକ କାରରେ ବୁଲିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ଜଲଜ ଧୀରଙ୍କ ସାଙ୍ଗମାନେ ମଦ୍ୟପାନ କରି କାର୍ ଚଳାଉଥିବାରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। ତେବେ ଜଲଜଙ୍କ ସହ ତାଙ୍କର ଜଣେ ବନ୍ଧୁ ମଧ୍ୟ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ମୁମ୍ବାଇର ଭିଲେ ପାର୍ଲେ ନିକଟରେ ଏହି ଦୁର୍ଘଟଣା ଘଟିଥିଲା  । ମଦ୍ୟପାନ କରି ଗାଡି ଚଳାଇବା ଫଳରେ ଗାଡି ନିୟନ୍ତ୍ରଣ ହରାଇ ଡିଭାଇଡରକୁ ପିଟିଥିଲା । ଫଳରେ ଏହି ଦୁର୍ଘଟଣାରେ ଜଲଜ ଓ ତାଙ୍କ ସାଙ୍ଗ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଏନେଇ ଜଲଜଙ୍କ ବନ୍ଧୁ ଘଟଣାକୁ ନେଇ ଭିଲେ ପାର୍ଲେ ପୋଲିସ ନିକଟଡରେ କରିଛନ୍ତି ଅଭିଯୋଗ । ତେବେ ଅଭିଯୋଗ କ୍ରମେ କାର୍ ଚଳାଉଥିବା ସାହିଲ ମେନ୍ଦାକୁ ଗିରଫ କରିଛି ପୋଲିସ ।