ଗାଜିଆବାଦ : ଉତ୍ତର ପ୍ରଦେଶର ଗାଜିଆବାଦରେ ପ୍ରାଣଘାତୀ ଆକ୍ରମଣର ଏକ ସପ୍ତାହ ପରେ ମଧ୍ୟ ଚର୍ଚ୍ଚିତ ୟୁଟ୍ୟୁବର ତଥା ନିଜକୁ ଏକ୍ସ ମୁସଲିମ୍ କହୁଥିବା ସଲିମ ବାସ୍ତିକଙ୍କ ସ୍ଥିତିକୁ ନେଇ ଆଶଙ୍କା ରହିଛି। ଦାବି କରାଯାଉଛି ଯେ, ଆକ୍ରମଣର ସାତ ଦିନ ପରେ ସଲିମଙ୍କ ଚେତା ଫେରିଛି। ଦିଲ୍ଲୀର ମାକ୍ସ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ସଲିମ୍ ଏବେ ଡାକ୍ତରଙ୍କ କଥାରେ ପ୍ରତିକ୍ରିୟା ଦେଉଛନ୍ତି। ହେଲେ ସେ ଏବେ କଥାବାର୍ତ୍ତା କରିବା ସ୍ଥିତିରେ ନାହାନ୍ତି।

ସାମ୍ନାକୁ ଆସିଥିବା ପ୍ରାୟ ୫ ସେକେଣ୍ଡର ଏକ ଭିଡ଼ିଓରେ ସଲିମ ବାସ୍ତିକ ହସ୍ପିଟାଲର ବେଡ୍‌ରେ ଶୋଇବାର ନଜର ଆସୁଛନ୍ତି। ତାଙ୍କର ବେକରେ ଅପରେସନର ଷ୍ଟିଚ୍ ଦେଖା ଯାଉଛି ଏବଂ ତାଙ୍କୁ ଅକ୍ସିଜେନ ସପୋର୍ଟ ଦିଆଯାଉଛି। ଭିଡ଼ିଓରେ ଡାକ୍ତର ଯେବେ ତାଙ୍କ ନାଁ ଧରି ଡାକୁଛନ୍ତି ତ ସଲିମ ଆଖି ଖୋଲି ଦେଖୁଛନ୍ତି। ଡାକ୍ତରଙ୍କ କହିବାନୁସାରେ ସେ ଜିଭ ବାହାରକୁ ଆଣିବା ମଧ୍ୟ ନଜର ଆସୁଛି , ଯେଉଁଥିରେ ସ୍ପଷ୍ଟ ଯେ, ସେ ଆଖପାଖର କଥାକୁ ବୁଝି ପାରୁଛନ୍ତି। ଏହି ଭିଡ଼ିଓ ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା କୁହାଯାଉଛି।

ଅନ୍ୟପଟେ , ସଲିମଙ୍କ ପୁଅ ଉସ୍ମାନ ଏନବିଟି ଅନଲାଇନକୁ କହିଛନ୍ତି ଯେ, ତାଙ୍କ ପିତା ଏବେ ମଧ୍ୟ ଭେଣ୍ଟିଲେଟରରେ ଅଛନ୍ତି। ଡାକ୍ତର ତାଙ୍କୁ ଔଷଧ ମାଧ୍ୟମରେ କିଛି ସମୟ ପାଇଁ ହୋସ୍କୁ ଆଣିଥିଲେ ,ଯେଉଁଥିରେ ଜଣାପଡ଼ିବ ଯେ, ସଲିମଙ୍କ ମସ୍ତିଷ୍କ ସ୍ଥିତି କେମିତି ଅଛି। ଆକ୍ରମଣରେ ମସ୍ତିଷ୍କରେ କୌଣସି ଆଘାତ ଲାଗି ନାହିଁ ତ ? ଉସ୍ମାନ କହିଛନ୍ତି ଯେ, ହସ୍ପିଟାଲ ପକ୍ଷରୁ ତାଙ୍କୁ ତାଙ୍କର ପିତାଙ୍କର କୌଣସି ଭିଡିଓ ଦିଆଯାଇ ନାହିଁ। ସେ ମଧ୍ୟ ଆଉ କେଉଁଠାରୁ ଏହି ଭିଡ଼ିଓ ଦେଖିଥିଲେ।

ଏହା ସହ ମଧ୍ୟ ପଢନ୍ତୁ : ଏକ୍ସ-ମୁସଲିମ୍ ସଲିମ ବାସ୍ତିକଙ୍କ ଉପରେ ଆକ୍ରମଣ ଘଟଣାରେ ଏମଆଇଏମ୍ ନେତାଙ୍କ ବିରୋଧରେ ମାମଲା

ସଲିମ ବାସ୍ତିକଙ୍କର ଜଣେ ବନ୍ଧୁଙ୍କର କହିବାନୁସାରେ , ଯେଉଁ ଭିଡ଼ିଓ ହସ୍ପିଟାଲରୁ ସାମ୍ନାକୁ ଆସିଛି, ତା ଉପରେ ତାଙ୍କର ସନ୍ଦେହ ହେଉଛି। ଏହି ଭିଡ଼ିଓକୁ ଏଆଇର ବ୍ୟବହାର କରି ତିଆରି କରାଯାଇଥିବା ମନେହେଉଛି। ଏଥିରେ ବେକରେ ଦୁଇଟ ସ୍ଥାନରେ ଅପରେସନର ଷ୍ଟିଚ୍ ନଜର ଆସୁଛି, ହେଲେ ସଲିମଙ୍କ ବେକରେ ଗୋଟିଏ ହିଁ ସ୍ଥାନରେ ଷ୍ଟିଚ୍ ହୋଇଛି।

ଆପଣଙ୍କୁ କହି ରଖୁଛୁ କି , ୨୭ ଫେବ୍ରୁଆରୀରେ ଗାଜିଆବାଦର ଲୋନି ଅଞ୍ଚଳରେ ସଲିମ ବାସ୍ତିକଙ୍କ ଅଫିସରେ ପଶି ଦୁଇ ଭାଇ ତାଙ୍କ ଉପରେ ଛୁରି ଓ ପେପର କଟରରେ ଆକ୍ରମଣ କରିଥିଲେ। ପ୍ରାୟ ୪ ମିନିଟ୍ ଯାଏ ଚାଲିଥିବା ଏହି ଆକ୍ରମଣରେ ସଲିମ୍ ଗୁରୁତର ହୋଇଥିଲେ। ପୁଲିସ ମାମଲାରେ ଅମରୋହାରେ ରହୁଥିବା ଜିଶାନ ଓ ଗୁଲଫାମଙ୍କୁ ଅଭିଯୁକ୍ତ ଦର୍ଶାଇ ଥିଲା।୪୮ ଘଣ୍ଟା ଭିତରେ ଭିନ୍ନ ଭିନ୍ନ ପୁଲିସ ଏନକାଉଣ୍ଟରରେ ଉଭୟଙ୍କୁ ପୁଲିସ ମାରି ଦେଇଥିଲା।