ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

‘କାଣ୍ଟା ଲଗା’ ଗୀତକୁ ଅବସର, ବିରୋଧ କରି ସୋସିଆଲ ମିଡିଆରେ ବର୍ଷିଲେ ସୋନା ମହାପାତ୍ର

Published By : Krishna Priya | July 6, 2025 8:56 AM

ନୂଆଦିଲ୍ଲୀ ୦୬/୦୭: ନିକଟରେ ‘କାଣ୍ଟା ଲଗା’ ଗର୍ଲ ଶେଫାଲି ଜରିୱାଲାରଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା । ତାଙ୍କ ନିଧନ ପରେ ଏହି ଗୀତର ନିର୍ମାତା ରାଧିକା ରାଓ ଓ ବିନୟ ସପ୍ରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ, ସେମାନେ ‘କାଣ୍ଟା ଲଗା’ ଗୀତକୁ ସବୁଦିନ ପାଇଁ ଅବସର ଦେଉଛନ୍ତି । କଦାପି ଏହାର ରିମେକ୍‌ ହେବ ନାହିଁ । ନିର୍ମାତାଙ୍କର ଏହି ନିଷ୍ପତ୍ତିକୁ ଗାୟିକା ସୋନା ମହାପାତ୍ର ବିରୋଧ କରିଛନ୍ତି । ସେ ନାଁ ନ ନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଏଥିପାଇଁ ଉଭୟଙ୍କୁ ସମାଲୋଚନା କରିଛନ୍ତି । 

ନିଜ ଇନ୍‌ଷ୍ଟା ଷ୍ଟୋରୀରେ ସୋନା ଲେଖିଛନ୍ତି ‘ଗୀତର ୩ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଅର୍ଥାତ୍‌ କମ୍ପୋଜର୍‌, ଗୀତିକାର ଓ ଗାୟିକା ହେଉଛନ୍ତି ଆର୍‌ଡି ବର୍ମନ, ମଜରୁହ ସୁଲତାନପୁରୀ ଓ ଲତା ମଙ୍ଗେଶକର । କିନ୍ତୁ ନିଜକୁ ନିର୍ମାତା କହୁଥିବା ଲୋକେ ଏହି ଗୀତକୁ ଅବସର ଦେଇଦେଲେ । ଜଣଙ୍କ ମୃତ୍ୟୁରୁ ଲୋକପ୍ରିୟତା ପାଇବାକୁ ଏହା ଏକ ପ୍ରୟାସ । ଦୁଇଜଣ ବ୍ୟକ୍ତି ଜଣେ ୧୯ ବର୍ଷୀୟା ଝିଅ ସହ ରିମିକ୍ସ କରି ଏକ ବେକାର ଗୀତ ପ୍ରସ୍ତୁତ କଲେ । (ନିଶ୍ଚିତ ଭାବେ ଏହା ପୂର୍ବରୁ ସେମାନେ କିମ୍ବଦନ୍ତୀ ବ୍ୟକ୍ତିବିଶେଷଙ୍କଠୁ ଅନୁମତି ନେଇନଥିବେ ।) ୪୨ ବର୍ଷୀୟା ମହିଳାଙ୍କ ଆତ୍ମାକୁ ଶାନ୍ତି ମିଳୁ, କିନ୍ତୁ ଧରୋହରର କ’ଣ ହେବ? 

ଉଲ୍ଲେଖଯୋଗ୍ୟ, ରାଧିକା ରାଓ ଓ ବିନୟ ସପ୍ରୁ ଗତ ୩ ତାରିଖରେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେଫାଲିଙ୍କ ସ୍ମୃତିରେ ଏକ ପୋଷ୍ଟ୍‌ ଶେୟାର କରିଥିଲେ । ଏଥିରେ ସେମାନେ ଲେଖିଥିଲେ ‘କାଲି ପ୍ରାର୍ଥନା ସଭା ଥିଲା । ଶେଫାଲି ସର୍ବଦା କହୁଥିଲେ ଯେ ସେ ଏକମାତ୍ର ‘କାଣ୍ଟା ଲଗା’ ଗର୍ଲ ହେବାକୁ ଚାହାଁନ୍ତି । ସେଥିପାଇଁ ଆମେ କେବେ ବି ଏହାର ସିକ୍ୱେଲ ପ୍ରସ୍ତୁତ କଲୁନାହିଁ କିମ୍ବା କଦାପି କରିବୁ ନାହିଁ । ଆମେ ‘କାଣ୍ଟା ଲଗା’କୁ ସବୁଦିନ ପାଇଁ ଅବସର ଦେଉଛୁ । ଏହି ଗୀତ ସର୍ବଦା ଶେଫାଲିଙ୍କର ଥିଲା ଏବଂ ତାଙ୍କର ହିଁ ରହିବ ।’

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.