ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାଗୀ ସିରିଜ୍‌ରେ ନୂଆ ଏଣ୍ଟ୍ରି: ଭିଲେନ୍ ହେବେ ସଞ୍ଜୁ ବାବା, ଟାଇଗରଙ୍କ ଲଭ ଲେଡି ସାଜିବେ ସୋନମ୍

Published By : Prameya | December 12, 2024 8:58 AM

ମୁମ୍ବାଇ ୧୨/୧୨: ସାଜିଦ୍‌ ନାଡିଆଡ୍‌ୱାଲାଙ୍କ ଅପ୍‌କମିଂ ଆକ୍ସନ୍‌ ଫିଲ୍ମ ‘ବାଗୀ-୪’କୁ ନେଇ ଚର୍ଚ୍ଚା  ଜାରି ରହିଛି । ‘ବାଗୀ’ ସିରିଜ୍‌ର ପୂର୍ବ ୩ଟି ଫିଲ୍ମ ଭଳି ଏଥିରେ ବି ଟାଇଗର  ଶ୍ରଫ୍‌ ହିରୋ ଭୂମିକାରେ ନଜର ଆସିବେ । ସଂଜୟ ଦତ୍ତଙ୍କୁ ମୁଖ୍ୟ ଭିଲେନ୍‌ ଭାବେ ଦେଖିବାକୁ ମିଳିବ । ତେବେ ଫିଲ୍ମର ହିରୋଇନ୍‌ କିଏ ହେବେ ତାର  ଖୁଲାସା ହୋଇନଥିଲା । ମଙ୍ଗଳବାର ଫିଲ୍ମର ନିର୍ମାତାମାନେ ଆନୁଷ୍ଠାନିକ  ଭାବେ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଫିମେଲ୍‌ ଲିଡ୍‌ଙ୍କ ସଂପର୍କରେ  ଘୋଷଣା କରିଛନ୍ତି । 

ସେ ଅନୁସାରେ, ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର  ପ୍ରସିଦ୍ଧ ଅଭିନେତ୍ରୀ ସୋନମ୍‌ ବାଜୱା ଟାଇଗରଙ୍କ ବିପକ୍ଷରେ  ସ୍କ୍ରିନ୍‌ ସେୟାର କରିବେ । ସୋନମ୍‌ଙ୍କୁ ମଧ୍ୟ ସେଥିରେ  କିଛିଟା ଆକ୍ସନ୍‌ ଦୃଶ୍ୟରେ ଦେଖିବାକୁ ମିଳିପାରେ । କିଛି ଦିନ ପୂର୍ବରୁ ‘ବାଗୀ-୪’ରେ ଟାଇଗର ଶ୍ରଫ୍‌  ଓ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍‌ ପୋଷ୍ଟର ସାମ୍ନାକୁ  ଆସିଥିଲା । ଖୁବ୍‌ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ  ହେବାର ଅଛି । ‘ବାଗୀ-୪’କୁ କନ୍ନଡ଼ ଭାଷାର  ପ୍ରସିଦ୍ଧ ନିର୍ଦ୍ଦେଶକ-କୋରିଓଗ୍ରାଫର ଏ.ହର୍ଷ  ନିର୍ଦ୍ଦେଶନା ଦେବେ । ଆସନ୍ତାବର୍ଷ  ସେପ୍ଟେମ୍ବର ୫ ତାରିଖରେ ଫିଲ୍ମଟି  ରିଲିଜ୍‌ ହେବ । ‘ବାଗୀ-୪’ ବ୍ୟତୀତ ସାଜିଦ୍‌ ନାଡିଆଡ୍‌ୱାଲାଙ୍କ  ସହିତ ସୋନମ୍‌ ‘ହାଉସ୍‌ଫୁଲ୍‌-୫’ରେ ମଧ୍ୟ କାମ କରୁଛନ୍ତି ।  ସେହି ଫିଲ୍ମ ଜରିଆରେ  ସେ ବଲିଉଡ୍‌ରେ ଏଣ୍ଟ୍ରି କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.