ନୂଆଦିଲ୍ଲୀ,୨୪/୦୭: ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍ । ୨୬ ଦିନ ପରେ ଅନଶନ ଭାଙ୍ଗିଛନ୍ତି ସୋନମ୍ ୱାଙ୍ଗଚୁକ୍ । ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଜଳପାନ କରିଛନ୍ତି ସୋନମ ୱାଙ୍ଗଚୁକ୍ । ସୋସିଆଲ ମିଡିଆ ଏକ୍ସରେ ଏ ନେଇ ସେ ସୂଚନା ଦେଇଛନ୍ତି । ହିଂସାତ୍ମକ ପରିସ୍ଥିତକୁ ଏଡାଇବାକୁ ୱାଙ୍ଗଚୁକ୍ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶରେ ଶାନ୍ତି ବଜାୟ ରଖିବାକୁ ସେ ଅପିଲ୍ କରିଛନ୍ତି । ସରକାରଙ୍କ ସହ ଦୀର୍ଘ ସମୟ ଆଲୋଚନ ପରେ ଅନଶନ ଭଙ୍ଗ କରିଛନ୍ତି ସମାଜ ସୁଧାରକ ସୋନମ ୱାଙ୍ଗଚୁକ୍ ।

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋନମ ୱାଙ୍ଗଚୁକଙ୍କୁ ଭେଟିଥିଲେ । ଆଲୋଚନା ପରେ, ୱାଙ୍ଗଚୁକ ତାଙ୍କର ଅନଶନ ଭାଙ୍ଗିଛନ୍ତି । ସେ ଗତ ୨୬ ଦିନ ଧରି ଅନଶନରେ ବସିଥିଲେ। ବୁଧବାର, ବିରୋଧୀ ଦଳର ଏକ ପ୍ରତିନିଧି ଦଳ ମଧ୍ୟ ୱାଙ୍ଗଚୁକଙ୍କୁ ଭେଟି ତାଙ୍କ ଅନଶନ ସମାପ୍ତ କରିବାକୁ ଅନୁରୋଧ କରିଥିଲେ ।

ସୋନମ ୱାଙ୍ଗଚୁକ୍ କ'ଣ କହିଲେ ? ଅନଶନ ଭାଙ୍ଗିବା ପରେ, ସୋନମ ୱାଙ୍ଗଚୁକ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ଏବେ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଲେହ-ଲଦାଖର ସର୍ବୋଚ୍ଚ ସଂଗଠନର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ, ମୁଁ ଶେଷରେ ୨୬ ଦିନ ପରେ ମୋର ଅନଶନ ଭାଙ୍ଗିଛି । ପୂର୍ବରୁ, ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ମୋ ସହିତ ସାକ୍ଷାତ କରିଥିଲେ କିମ୍ବା ମୋତେ ଅନଶନ ଭାଙ୍ଗିବାକୁ ଅନୁରୋଧ କରିଥିଲେ । ଅନେକ ସର୍ତ୍ତ ଉପରେ ଦୀର୍ଘ ଆଲୋଚନା ପରେ ଏବଂ ଦେଶରେ ହିଂସାର ସମ୍ଭାବନାକୁ ଧ୍ୟାନରେ ରଖି ଏହି ପଦକ୍ଷେପ ନିଆଯାଇଛି । ମୁଁ ଖୁବ୍ ଶୀଘ୍ର ଏକ ପୃଥକ ଭିଡିଓରେ ଏହି ସର୍ତ୍ତଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ କହିବି । ଏହି ସମୟ ମଧ୍ୟରେ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ ଏବଂ ଯେକୌଣସି ସ୍ଥାନରେ ହିଂସାକୁ ରୋକିବାକୁ ଅନୁରୋଧ କରୁଛି । '' ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି, ମୁଁ ସୋନମ ୱାଙ୍ଗଚୁକଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କର ଦୈନନ୍ଦିନ କାର୍ଯ୍ୟଧାରା ଅନୁସରଣ କରିବାକୁ ଏବଂ ଯଥାଶୀଘ୍ର ତାଙ୍କର ପୁରୁଣା ଓଜନ ଫେରି ପାଇବାକୁ ଅନୁରୋଧ କରୁଛି ।

ଏହା ବି ପଢନ୍ତୁ...ଦେଶରେ ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ ଦର, ଅଶୋଧିତ ତୈଳ ମୂଲ୍ୟରେ ବଡ ପରିବର୍ତ୍ତନ...

ଜଳବାୟୁ କର୍ମୀ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କୁ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପୁନର୍ବାର ଭେଟି ଆଲୋଚନା କରିଥିଲେ । ଏହାପରେ ସେ ଅନଶନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ ୨୮ରୁ ସେ ଅନଶନ ଆରମ୍ଭ କରିଥିଲେ । ଜନ୍ତରମନ୍ତରରେ ଅନଶନ ଧର୍ମଘଟ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ସଫଦରଜଙ୍ଗ ଏବଂ ପରେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଗୁରୁବାର ହସ୍ପିଟାଲ ତରଫରୁ କୁହାଯାଇଥିଲା ।