ପୁରୀ, ୨୪/୦୭ : ୧୨ ଦିନ ଅନ୍ତରରେ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇଛି । ଗତ ୯ ତାରିଖ ନୀତିରେ ଶେଷ ଥର ପାଇଁ ପହୁଡ଼ ହୋଇଥିଲା । ପରକୁ ୨୨ ତାରିଖ ବୁଧବାର ଗୁଣ୍ଡିଚା ଘରେ ଠାକୁରଙ୍କ ପହୁଡ଼ ନୀତି ସମ୍ଭବ ହେଲା । ଅର୍ଥାତ୍ ଚଳିତ ବର୍ଷ ଦିନକ ପାଇଁ ଚତୁର୍ଦ୍ଧାବିଗ୍ରହ ଆଡ଼ପ ମଣ୍ଡପରେ ବିଶ୍ରାମ ନେଲେ । ବୁଧବାର ନୀତି ସହଳ କରି ପହୁଡ଼ କରାଯିବାକୁ ଆରମ୍ଭରୁ ତତ୍ପରତା ଦେଖିବାକୁ ମିଳିଥିଲା । ଏଣୁ ବିଳମ୍ବିତ ରାତି ୧ଟା ୧୫ ମିନିଟ୍ ସୁଦ୍ଧା ଠାକୁର ବଡ଼ସିଂହାର ବେଶ ଓ ଭୋଗ ସମ୍ପନ୍ନ ହୋଇପାରିଥିଲା । ଏଣୁ ରାତ୍ର ସାଢ଼େ ୧ଟାରେ ମହାପ୍ରଭୁଙ୍କ ପହୁଡ଼ ହୋଇପାରିଥିଲା ।
ସୂଚନା ଥାଉକି ୧୨ ଦିନ ହେଲା ଠାକୁରଙ୍କ ପହୁଡ଼ ନୀତି ସମ୍ଭବ ନହେବାରେ ସେବାୟତ ମହଲରେ ଉଦ୍ବେଗ ପ୍ରକାଶ ପାଇଥିଲା । ‘ଯଥା ଦେହେ ତଥା ଦେବେ’ ଯଦି ମହାପ୍ରଭୁଙ୍କ ନୀତି, ଲଗାତର ୧୨ ଦିନ ପହୁଡ଼ ନହେବାରେ ନୀତି ଅଣଦେଖା କରାଯାଉଥିବା ନେଇ ପ୍ରଶ୍ନ ଉଠିଥିଲା । ଦିନକ ପାଇଁ ହେଉ ସୁଦ୍ଧା ଠାକୁରେ ବିଶ୍ରାମ ନେଇଥିବାରେ ସାଧାରଣରେ ଆଶ୍ୱସ୍ତି ପ୍ରକାଶ ପାଇଛି ।
ଆହୁରି ପଢନ୍ତୁ- Pahuda Niti : ଗୁଣ୍ଡିଚାଘରେ ଦିନଟିଏ ବି ନିଦ୍ରା ଯାଇନାହାନ୍ତି ମହାପ୍ରଭୁ, ୧୨ ଦିନ ହେଲା ହୋଇନି ପହୁଡ଼ ନୀତି
ପୁରୀରୁ🔴LIVE| ବାହୁଡ଼ା ଯାତ୍ରାରେ ତିନି ଠାକୁର, ଭକ୍ତଙ୍କ ଅସମ୍ଭାଳ ଭିଡ଼