ଚିକିଟି,୧୫/୧୧ : ଗଞ୍ଜାମ ଜିଲ୍ଲାର ସୋନପୁରର ବିସ୍ତିର୍ଣ୍ଣ ବେଳାଭୂମି ଓ ସମୁଦ୍ରକୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକଙ୍କ ନିମନ୍ତେ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକର ସୋନପୁରଠାରେ ଇକୋ ରିଟ୍ରିଟ୍ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଉଦଘାଟିତ ହୋଇଛି l
ଏହି ବିସ୍ତିର୍ଣ୍ଣ ବାଲୁକା ରାଶିରେ ଅତ୍ୟାଧୁନିକ ୨୫ଟି ବିଳାସପୂର୍ଣ୍ଣ ତମ୍ବୁରେ ସମସ୍ତ ସୁବିଧା ରହିଛି l ଏହା ନଭେମ୍ବର ୧୫ରୁ ଉଦଘାଟିତ ହୋଇ ଫେବୃଆରୀ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ l ଅନଲାଇନ ମାଧ୍ୟମରେ ବୁକିଂ କରିବା ସୁବିଧା ରହିଛି l ୱେବସାଇଟ(WWW.ODISHAECORETREATS.COM) l ଏହି କାର୍ଯ୍ୟକ୍ରମରେ ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ, ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ ପୃଷ୍ଟି, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ପର୍ଯ୍ୟଟନ ଅଧିକାରୀ ପାର୍ଥ ସାରଥୀ ହାଂସଦା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଇକୋ ରିଟ୍ରିଟରେ ପ୍ରିମିୟମ ଟେଣ୍ଟ, ଡିଲକ୍ସ ଟେଣ୍ଟ୍ସ୍, ପ୍ରେସିଡେଣ୍ଟସିଆଲ ଟେଣ୍ଟ, ରୟାଲ ଟେଣ୍ଟସର ସୁବିଧା ରହିଛି l