ନୂଆଦିଲ୍ଲୀ,୨୦।୧୨: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମନରେଗାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, ୨୦ ବର୍ଷ ପୂର୍ବରୁ ଯେତେବେଳେ ଡକ୍ଟର ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ସଂସଦରେ ସାଧାରଣ ସହମତିରେ ମନରେଗା ଆଇନ ପାସ୍ ହୋଇଥିଲା। ଏହା ଏକ କ୍ରାନ୍ତିକାରୀ ପଦକ୍ଷେପ ଥିଲା, ଯାହାଦ୍ବାରା କୋଟି କୋଟି ଗ୍ରାମୀଣ ପରିବାରକୁ ରୋଜଗାର ମିଳୁଥିଲା। ବିଶେଷ ଭାବରେ ଗରିବ ବର୍ଗର ଲୋକଙ୍କ ପାଇଁ ଜୀବିକାର ବଡ଼ ସାହାରା ପାଲଟିଥିଲା।
‘ମନରେଗା’ ଗାଁରୁ ସହରକୁ ପଳାୟନକୁ ରୋକିଥିଲା ଏବଂ ଲୋକଙ୍କୁ ରୋଜଗାରର ଅଧିକାର ଦେଇଥିଲା। ଏହାଦ୍ବାରା ଗ୍ରାମ ପଞ୍ଚାୟତ ମଜବୁତ ହୋଇଥିଲା ଓ ମହାତ୍ମା ଗାନ୍ଧୀ ଗ୍ରାମ ସ୍ବରାଜର ସ୍ପପ୍ନକୁ ଆଗକୁ ବଢିବାରେ ସାହାଯ୍ୟ ମିଳିଥିଲା। ସେ ଅଭିଯୋଗ କରିଛନ୍ତି, ଗତ ୧୧ ବର୍ଷରେ ମୋଦି ସରକାର ମନରେଗାକୁ ଲଗାତାର ଦୁର୍ବଳ କରିବାକୁ ଚେଷ୍ଟା କରିଛନ୍ତି। ସେଭଳି କୋଭିଡ୍ର କଠିନ ସମୟରେ ଏହି ଯୋଜନା ଗରିବଙ୍କ ପାଇଁ ସଞ୍ଜିବନୀ ପ୍ରମାଣିତ ହୋଇଥିଲା। ଏବେ ନିକଟରେ ସରକାର ମନରେଗା ଉପରେ ଉପରେ ବୁଲଡୋଜର ଚଳାଇ ଦେଲେ। ଏଥିରୁ ନା କେବଳ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଗଲା ତାହା ନୁହେଁ, ବଂର ମନରେଗାର ରୂପ ଏବଂ ସ୍ବରୂପ ବିନା ବିଚାର ବିମର୍ଷରେ ତିଆରି ହେଲା। କାହାର ପରାମର୍ଶ ନିଆଗଲାନି।
ସୋନିଆ କହିଛନ୍ତି, ଏବେ ଦିଲ୍ଲୀ ବସି ଏହା ନିଷ୍ପତ୍ତି ନିଆଯିବ କାହାକୁ, କେଉଁଠି ଓ କେତେ ରୋଜଗାର ମିଳିବ। ବାସ୍ତବିକତାଠାରୁ ଏହା ବହୁତ ଦୂରରେ। ‘ମନରେଗା’ କୌଣସି ଦଳର ନୁହେଁ, ବଂର ଦେଶ ଓ ଜନତାଙ୍କ ହିତର ଯୋଜନା ଥିଲା। ଏହି ଆଇନକୁ ଦୁର୍ବଳ କରି ସରକାର କୋଟି କୋଟି କୃଷକ, ଶ୍ରମିକ ଓ ଭୂମିହୀନ ଗରିବଙ୍କ ଉପରେ ଆକ୍ରମଣ କରିଛନ୍ତି। ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ। ୨୦ ବର୍ଷ ପୂର୍ବରୁ ନିଜର ଗରିବ ଭାଇ-ଭଉଣୀଙ୍କୁ ରୋଜଗାରର ଅଧିକାର ଦେବା ପାଇଁ ମୁଁ ଲଢିଥିଲି। ଆଜି ମଧ୍ୟ ଏହି କଳା ଆଇନ ବିରୋଧରେ ଲଢିବାକୁ ପ୍ରତିଶୃତିବଦ୍ଧ। ମୋ ପକ୍ଷରୁ କଂଗ୍ରେସର ସବୁ ନେତା ଓ ଲକ୍ଷାଧିକ କର୍ମୀ ଆପଣଙ୍କ ସହ ଠିଆ ହୋଇଛନ୍ତି।’ ଉଲ୍ଲେଖନୀୟ ଯେ, ମନରେଗା ବଦଳରେ କେନ୍ଦ୍ର ସରକାର ଆଣିଛନ୍ତି ଭିବି-ଜି ରାମ-ଜି ବିଲ୍ । ଯାହାକି ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ଭିତରେ ଲୋକସଭାରେ ଗୃହୀତ ହୋଇଛି।
ଆହୁରି ପଢନ୍ତୁ :ଭିବି-ଜି ରାମ୍ ଜି ବିଲ୍କୁ ନେଇ ହଙ୍ଗମା ଭିତରେ ସରିଲା ସଂସଦର ଶୀତ ଅଧିବେଶନ, ଉଭୟ ଗୃହ ସାଇନ୍-ଏ-ଡାଏ ଘୋଷଣା