ନୂଆଦିଲ୍ଲୀ,୧୯/୧୨: ବିରୋଧୀ ଧାରଣାରେ ବସିଛନ୍ତି । ବିତର୍କ-ବିରୋଧ-ବିକ୍ଷୋଭ ଭିତରେ ସରିଲା ସଂସଦର ଶୀତ ଅଧିବେଶନ । ଭିବି-ଜି ରାମ୍ ଜି ବିଲକୁ ନେଇ ହଙ୍ଗାମା ଭିତରେ ଲୋକସଭା-ରାଜ୍ୟସଭା ସାଇନ-ଏ-ଡାଏ ଘୋଷଣା ହୋଇଛି । ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିଲା ସଂସଦର ଶୀତ ଅଧିବେଶନରେ ଉଭୟ ଗୃହକୁ ଅନିଦ୍ଧିଷ୍ଟକାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ଉଭୟ ଗୃହରେ ଭିବି-ଜି ରାମ୍ ଜି ବିଲ ପାରିତ ହେବା ପରେ ଏହାକୁ ବିରୋଧ କରି ଟିଏମସି ସାଂସଦ ମକର ଦ୍ୱାରରେ ଧାରଣାରେ ବସିଛନ୍ତି । ଏହାରି ଭିତରେ ସଂସଦ ଗୃହକାର୍ଯ୍ୟକୁ ସାଇନ୍-ଏ- ଡାଏ ଘୋଷଣା କରାଯାଇଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୃହରେ ଉପସ୍ଥିତ ଥିଲେ ।
Lok Sabha and Rajya Sabha adjourned sine die; Winter Session 2025 of the Parliament concludes. pic.twitter.com/NhveIDIpXy
— ANI (@ANI) December 19, 2025
ପ୍ରଥମେ ଲୋକସଭା କାର୍ଯ୍ୟକାଳକୁ ଅନିଦ୍ଧିଷ୍ଟକାଳ ପାଇଁ ସ୍ଥଗିତ କରାଯାଇଥିଲା । ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା କହିଛନ୍ତି କି ଏହି ସେସନରେ ୧୫ ବୈଠକ ହୋଇଛି । ଗୃହର କାର୍ଯ୍ୟ ଉତ୍ପାଦକତା ୧୧୧ ପ୍ରତିଶତ ଥିଲା ।ଅଷ୍ଟାଦଶ ଲୋକସଭାର ଷଷ୍ଠ ଅଧିବେଶନରେ ଗୃହରେ ୮ଟି ସରକାରୀ ବିଲକୁ ମଞ୍ଜୁର ମିଳିଛି । ସଂସଦର ଶୀତକାଳୀନ ଅଧିବେଶନ ଫଳପ୍ରଦ ଭାବରେ ଶେଷ ହୋଇଛି । ରାଜ୍ୟସଭାରେ ୧୨୧%, ଲୋକସଭାରେ ୧୧୧% କାର୍ଯ୍ୟ ହୋଇଛି । ଅଷ୍ଟାଦଶ ଲୋକସଭାର ଷଷ୍ଠ ଅଧିବେଶନରେ ଗୃହରେ ୮ଟି ସରକାରୀ ବିଲକୁ ମଞ୍ଜୁର ମିଳିଛି । ‘ବିକଶିତ ଭାରତ-ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ-ଗ୍ରାମୀଣ (ଭିବି-ଜି ରାମ୍ ଜି) ବିଲ୍ ଯାହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)ର ସ୍ଥାନ ନେବ । ଯାହାକୁ ବିରୋଧୀ କଡ଼ା ବିରୋଧ କରୁଛନ୍ତି । ଗୃହରେ ଭାରତକୁ ରୂପାନ୍ତରିତ କରିବାକୁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ବୃଦ୍ଧି (ଶାନ୍ତି) ବିଲ୍ ୨୦୨୫, ସବକା ବୀମୀ ସବକି ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍ ଏବଂ ଅନୁଦାନ ପାଇଁ ପରିପୂରକ ଦାବି ୨୦୨୫-୨୦୨୬ ବର୍ଷ ପାଇଁ ପ୍ରଥମ ବ୍ୟାଚ ଏବଂ ସମ୍ବଦ୍ଧିତ ବ୍ୟୟବରାଦ ବିଲ୍ ମଧ୍ୟ ପାରିତ ହୋଇଛି । ଦେଶରେ ୭୧ଟି ପୁରୁଣା ଏବଂ ପୁରୁଣା ଆଇନକୁ ବାତିଲ ଏବଂ ସଂଶୋଧନ କରିବା ପାଇଁ ପ୍ରସ୍ତାବତ ରଦ୍ଦ ଏବଂ ସଂଶୋଧନ ବିଲ୍କୁ ନିମ୍ନ ସଦନରେ ଅନୁମୋଦନ ମିଳିଛି ।
ଗୃହରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂରଣ ଏବଂ ନର୍ବାଚନୀ ସଂସ୍କାର ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପୂର୍ବରୁ ବିରୋଧୀ ଏସଆଇଆର ବାବଦରେ ଆଲୋଚନା ନେଇ ଦାବି କରିଥିଲେ । ଏହାକୁ ନେଇ ବିରୋଧୀଙ୍କ ବିରୋଧ ଯୋଗୁଁ ଶୀତକାଳୀନ ଅଧିବେଶନର ପ୍ରଥମ ଦୁଇ ଦିନ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହା ସହିତ ସେସନସେ ଦିଲ୍ଲୀ ପ୍ରଦୂଷଣ, ଇଣ୍ଡିଗୋ ଏୟାରଲାଇନ୍ସ ସଂଙ୍କଟ, ଲୋକସଭା ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ସ୍ୱାୟତ୍ତ ପ୍ରତିଷ୍ଠାନ କରିବାକୁ ଡେବଲପିଙ୍ଗ୍ ଇଣ୍ଡିଆ ଏଜୁକେସନ ଫାଉଣ୍ଡେସନ ବିଲ୍କୁ ମିଳିତ କମିଟିକୁ ପଠାଇବାକୁ ଅନୁମୋଦନ କରିଥିଲା ।